ଖୁବ ଶୀଘ୍ର ଆସିବ ସଂଶୋଧିତ ଲକ୍ଷ୍ମୀ ପୁରାଣ,୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର
ଭୁବନେଶ୍ୱର (ରାଜ୍ୟକାହାଣୀ )ନୂଆ ସ୍ୱର ଓ ନୂଆ ଛାନ୍ଦରେ ପରିମାର୍ଜିତ ହୋଇ ଆସିବ ମହାକବି ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣ । ଏବେ ଘରେ ଘରେ ପଢ଼ା ଯାଉଥିବା ଲକ୍ଷ୍ମୀ ପୁରାଣ ବଳରାମ ଦାସଙ୍କ ଭ୍ରମାତ୍ମକ ସଂସ୍କରଣ । ନୂଆ ଲକ୍ଷ୍ମୀ ପୁରାଣ ବଳରାମ ଦାସଙ୍କ ମୂଳ ରଚିତ ଲେଖାରୁ ଆସିବ।ଲକ୍ଷ୍ମୀପୁରାଣକୁ ନେଇ ସରକାର ଅନନ୍ୟ ପଦକ୍ଷେପ ନେଇଛନ୍ତି । ବଳରାମ ଦାସଙ୍କ ଜନ୍ମପୀଠରେ ତିଆରି ହେବ ମହାଲକ୍ଷ୍ମୀ କରିଡର । ଏହି କରିଡର ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେଇପାରିବ । ୫୦୦ ମହିଳା ଏକାଠି ଲକ୍ଷ୍ମୀପୁରାଣ ଗାଇପାରିବେ । କରିଡରରେ ବଳରାମ ଦାସଙ୍କ ଗ୍ୟାଲେରୀ, ଲକ୍ଷ୍ମୀଙ୍କ ରିସର୍ଚ୍ଚ ଗ୍ୟାଲେରୀ ରହିବ ।ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ ଏବଂ ଗୀତା ଦାସ ଗାଇବେ ।ଓଡ଼ିଆ ସାହିତ୍ୟ ଏକାଡେମୀ ପୁସ୍ତକ ଛାପିବ । ୧ କୋଟି ଲକ୍ଷ୍ମୀ ପୁରାଣ ବହି ଓଡ଼ିଶାରେ ଘରେ ଘରେ ମାଗଣା ବଣ୍ଟାଯିବ। ମିଶନ ଶକ୍ତି ଅଡିଟୋରିୟମରେ ଆୟୋଜିତ ହୋଇଥିବା ଲକ୍ଷ୍ମୀ ପୁରାଣ କରିଡର୍ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।