ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି: ବିଜୟପାଲ ସିଂ ତୋମାର

ଭୁବନେଶ୍ୱର (ରାଜ୍ୟ କାହାଣୀ)ଆସନ୍ତାକାଲି ବସିବ ବିଜେପି କୋର କମିଟି ବୈଠକ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବୈଠକ। ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଦୁଇ ପ୍ରଭାରୀଙ୍କ ସହ କୋର କମିଟିର ସଦସ୍ୟମାନେ ଏଥିରେ ଉପସ୍ଥିତ ରହିବେ। ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଂଗଠକ ଭି ସତୀଶ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର। ତେବେ ମନମୋହନ ସାମଲଙ୍କ ନାଁ ଚର୍ଚ୍ଚାରେ ଥିବା ପ୍ରଶ୍ନରେ ପ୍ରଭାରୀ କହିଛନ୍ତି ମୋ ପାଖେ ସେମିତି କିଛି ସୂଚନା ନାହିଁ। କିନ୍ତୁ ବହୁତ ଆଶାୟୀଙ୍କ ନାମ ରହିଛି। ବୈଠକରେ ଆଲୋଚନା ହେବ।

You might also like