କୋଣାର୍କରେ ଭୟବହ ଅଗ୍ନିକାଣ୍ଡ, ଜଳିଗଲା ସବୁ ବାଇକ୍

ରାଜ୍ୟକାହାଣୀ ( ଭୁବନେଶ୍ୱର )କୋଣାର୍କ ମାଧିପୁର ଛକରେ ଏକ ଇ-ବାଇକ ସୋ’ ରୁମ ନିଆଁ ଲାଗି ଜଳିଯାଇଛି। ସୋ’ରୁମରେ ଗୋଟିଏ ବାଇକ ଚାର୍ଜ ସମୟରେ ବିସ୍ଫୋରଣ ହୋଇଥିଲା। ସଙ୍ଗେ ସଙ୍ଗେ ଅନ୍ୟ ବାଇକକୁ ନିଆଁ ବ୍ୟାପି ହୁତୁହୁତୁ ହୋଇ ଜଳିଥିଲା। ତେବେ ନିଆଁ ଲାଗିବା ସମୟରେ ସୋ’ ରୁମ ମାଲିକ ଓ କର୍ମଚାରୀ ଭୟରେ ବାହାରକୁ ଦୌଡି ପଳାଇ ଆସିଥିଲେ। ଘଟଣାସ୍ଥଳରେ ୩ଟି ଦମକଳ ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୋରୁମ୍‌ରେ ଥିବା କର୍ମଚାରୀ ଏବଂ ଗ୍ରାହକ ସୁରକ୍ଷିତ ଥିବା ଜଣାପଡିଛି।ସୋ’ ରୁମରେ ଥିବା ୩୦ ଟି ବାଇକ ଜଳିଯାଇଛି। ଏଥି ଯୋଗୁ ଦୀର୍ଘ ସମୟ ଧରି ଟ୍ରାଫିକ ସମସ୍ୟା ଉପୁଜିଥିଲା।

You might also like