କୁଲଡିହା ଅଭୟାରଣ୍ୟ ରେ ୨ ସଶସ୍ତ୍ର ଶିକାରୀ ଧରିଲା ଏଆଇ କ୍ୟାମେରା,

ନୀଳଗିରି,(ରାଜ୍ୟ କାହାଣୀ)କୁଲଡିହା ଅଭୟରଣ୍ୟରେ ଶିକାରୀ ହ୍ରାସପାଇଁ କିଛି ଦିନ ପୂର୍ବରୁ ବନବିଭାଗ ପକ୍ଷରୁ ଏଆଇ କ୍ୟାମେରା ଲଗାଯାଇଛି। ଏଥିରେ ରାତ୍ରି କାଳରେ ଜୀବ ଜନ୍ତୁ ଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ଶିକାରୀ ଙ୍କ ଫୋଟୋ ମଧ୍ୟ କଏଦ ହୋଇପାରିବ। ଯାହା ଫଳରେ ଶିକାର ହ୍ରାସ ପାଇପାରିବ। ତେବେ ଲଗାଯାଇଥିବା କ୍ୟାମେରା ରେ ଆଜି ସକାଳ ପ୍ରାୟ ୬ ଘଟିକା ସମୟରେ ସଶସ୍ତ୍ର ଶିକାରୀ ଯୋଡ଼ାଚୁଆ ଅଞ୍ଚଳର ପ୍ରବେଶ କରିଥିବାର କ୍ୟାମେରାରେ କଏଦ ହୋଇଥିଲା, ଏବଂ ସଙ୍ଗେ ସଙ୍ଗେ କଣ୍ଟ୍ରୋଲ ରୁମ କୁ ଭିଡିଓ ଫୁଟେଜ ପହଂଚିଥିଲା। ସଶସ୍ତ୍ର ଶିକାରୀ ବୁଲୁଥିବାର ଜାଣି ଭାରପ୍ରାପ୍ପତ କୁଲଢିଆ ରେଞ୍ଜର ତଥା ଏସିଏଫ ସୁବ୍ରତ ବେହେରା, ଯୋଡ଼ାଚୁଆ ଫରେଷ୍ଟର ସୌମ୍ୟରଞ୍ଜନ ମାଝୀ, ବାଲିଆନାଳ ଫରେଷ୍ଟ ଗାର୍ଡ ଲିପିକା ପାଣିଗ୍ରାହୀ, କିଛି ଏକ୍ସ ଆର୍ମି ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ୨ ସଶସ୍ତ୍ର ଶିକାରୀଙ୍କୁ କାବୁକରି କୁଲଡିହା ଅଫିସକୁ ଆଣିଥିଲେ। ଅଭିଯୁକ୍ତ ହେଲେ ନୀଳଗିରି ବ୍ଳକ କେଶିପୁର ପଞ୍ଚାୟତ
ଟୁଲୁଙ୍କଡାବ ଗ୍ରାମର ସୁକାନ୍ତ ଖଣ୍ଡେଇ (୩୩) ଏବଂ ନିରଞ୍ଜନ ମଢେଇ (୩୫)। ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ମାରଣାସ୍ତ୍ର ଜବତ କରାଯାଇଛି। ଉଭୟଙ୍କ ନାମ ରେ ୧୪କେଏମ/୨୦୨୫ରେ ମାମଲା ରୁଜ୍ଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିଲାଳ. ଅଭିଯୁକ୍ତ ମାନଙ୍କର ବେଲ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠେଇ ଦିଆଯାଇଛି।

You might also like