କୀର ଷ୍ଟାର୍ମରଙ୍କ ଇସ୍ତଫା ପରେ ଆଣ୍ଡି ବର୍ନହାମ ଜୁଲାଇ ୧୭ ସୁଦ୍ଧା ହେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ!

ଇସ୍ତଫା ଦେଲେ ବିଟ୍ରିଶ ପ୍ରଧାନମନ୍ତ୍ରୀ। ସୋମବାର ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର ନିଜେ ଇସ୍ତଫା ନେଇ ଘୋଷଣା କରିଛନ୍ତି।ଲେବର ପାର୍ଟି ମଧ୍ୟରେ ବିଦ୍ରୋହର ସମ୍ମୁଖୀନ ହେବା ପରେ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି। ଜୁଲାଇ ୨୦୨୪ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କିର୍ ଷ୍ଟାରମର ଲେବର ପାର୍ଟିକୁ ବିପୁଳ ବିଜୟ ଦେଇ ପ୍ରଧାନମନ୍ତ୍ରୀ ହୋଇଥିଲେ । ମାତ୍ର ବିଗତ ଦୁଇ ବର୍ଷ ମଧ୍ୟରେ ତାଙ୍କର ଏବଂ ପାର୍ଟିର ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି । ଗତ ୧୦ ବର୍ଷ ଭିତରେ କିର୍ ଷ୍ଟାରମର ୬ଷ୍ଠ ପ୍ରଧାନମନ୍ତ୍ରୀ, ଯିଏ ପଦ ଛାଡୁଛନ୍ତି । ଦେଶର ବିଭିନ୍ନ ସମସ୍ୟାର ସମାଧାନ କରିବାରେ ବିଫଳତା ଏବଂ ଜନତାଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷ ଯୋଗୁଁ ସରକାରଙ୍କ ସ୍ଥିତି ଦୋହଲି ଯାଇଥିଲା । ଶେଷରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ।କୀର ଷ୍ଟାର୍ମରଙ୍କ ଇସ୍ତଫା ପରେ, ଗ୍ରେଟର ମାଞ୍ଚେଷ୍ଟରର ମେୟର ଆଣ୍ଡି ବର୍ନହାମଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠାରୁ ସମ୍ଭାବ୍ୟ ଦାବିଦାର ଭାବରେ ଦେଖାଯାଉଛି। ଆଶା କରାଯାଉଛି ଯେ ବର୍ନହାମ ଜୁଲାଇ ୧୭ ସୁଦ୍ଧା ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେବେ। ଯଦି ତାଙ୍କୁ କେହି ପ୍ରତିଦ୍ୱନ୍ଦ୍ୱିତା ନକରନ୍ତି ତେବେ ବର୍ନହାମ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ। ଲେବର ପାର୍ଟିର ଗଭର୍ଣ୍ଣିଂ ବଡ଼ି ଜୁଲାଇ ୯ ତାରିଖରେ ନାମାଙ୍କନ ଆରମ୍ଭ କରିବ। ଗ୍ରୀଷ୍ମ ଛୁଟି ସୁଦ୍ଧା ଏହି ପ୍ରକ୍ରିୟା ସମାପ୍ତ ହେବ।

You might also like