କଟକ ରେଳ ଷ୍ଟେସନରେ ନିର୍ମାଣାଧୀନ ଅଂଶ ଭୁଶୁଡ଼ିବା ଘଟଣା, ୨ ଜଣଙ୍କୁ ନୋଟିସ୍ ଜାରି

କଟକ ରେଳ ଷ୍ଟେସନରେ ପ୍ଲାଟଫର୍ମ-୧ ନମ୍ବରର ନିର୍ମାଣାଧୀନ ଅଂଶ ଭୁଶୁଡ଼ିବା ଘଟଣାରେ ତଦନ୍ତ ଆରମ୍ଭ । ନିଜ ରିପୋର୍ଟକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ଜିଆରପି ଥାନା । ୨ ଜଣଙ୍କୁ ନୋଟିସ୍ ଜାରି କଲା ଜିଆରପି ଥାନା ପୋଲିସ । ରେଳବାଇର ପୂର୍ବତଟ ରେଳବାଇ ୱାର୍କସ ବିଭାଗରସିନିୟର ସେକ୍ସନ ଇଞ୍ଜିନିୟର ଏବଂ ନିର୍ମାଣ ଦାୟିତ୍ଵରେ ଥିବା ୟୁଆର୍ ସିର ଜେନେରାଲ୍ ମ୍ୟାନେଜରଙ୍କୁ ନୋଟିସ୍ କରାଯାଇଛି ।ସାତ ଦିନ ଭିତରେ ଜବାବ ଦାଖଲ କରିବାକୁ କୁହାଯାଇଛି । ଏହି ଘଟଣାରେ ୮ ରୁ ଅଧିକ ବ୍ୟକ୍ତିଙ୍କୁ ପଚରା ଉଚରା କରି ସାରିଛି ଜି ଆର୍ ପି ପୋଲିସ । ଏହି ଘଟଣାକୁ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ମଧ୍ୟ ତଦନ୍ତ କରାଯାଉଛି । ସୂଚନାଯୋଗ୍ୟ, ଗତ ବୁଧବାର କଟକ ରେଳ ଷ୍ଟେସନରେ ବଡ଼ ଅଘଟଣ ଘଟିଥିଲା। ଏଥିରେ ଜଣେ ରେଳବାଇ କର୍ମଚାରୀ ଆହତ ହୋଇଥିଲେ। ୧ ନମ୍ବର ପ୍ଲାଟଫର୍ମ ନିକଟରେ ୨ ନମ୍ବର ଗେଟ୍‌ ଭଙ୍ଗାଯାଉଥିବା ବେଳେ ହଠାତ୍ ତାହା ଭୁଶୁଡ଼ି ପଡ଼ିଥିଲା।

ପ୍ଲାଟଫର୍ମର ସେଡ୍ ଉପରେ ପଡ଼ିବାରୁ ଲୁହା ଫ୍ରେମ୍ ଉଭୟ ୧ ନମ୍ବର ଓ ୨ ନମ୍ବର ରେଳ ଧାରଣା ଉପରେ ପଡ଼ିଥିଲା। ଆହତ କର୍ମଚାରୀଙ୍କୁ ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ଡିଆର୍‌ଏମ୍‌ଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଥିରେ ରେଳବାଇର ୭ଟି ବିଭାଗର ଅଧିକାରୀ ସାମିଲ ହୋଇଛନ୍ତି।

You might also like