କଟକ ବାଲିଯାତ୍ରା ପାଇଁ ଆଜିଠୁ ପ୍ଲଟ୍ ଆବେଦନ

କଟକର ଐତିହାସିକ ବାଲିଯାତ୍ରା ପାଇଁ ଆଜିଠୁ ପ୍ଲଟ୍ ଆବେଦନ ଆରମ୍ଭ ହେବ। ନିଲାମ ମାଧ୍ୟମରେ ହେବ ବାଲିଯାତ୍ରା ପ୍ଲଟ୍ ଆବଣ୍ଟନ । ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଉଭୟ ଅନଲାଇନ ଓ ଅଫ୍‍ଲାଇନ ମାଧ୍ୟମରେ ପ୍ଲଟ୍‍ ପାଇଁ ଆବେଦନ ହୋଇପାରିବ ।ବାଲିଯାତ୍ରା ୱେବସାଇଟ୍‌ରେ ଅନଲାଇନ ଆବେଦନ ସୁବିଧା ରହିଥିବାବେଳେ ଅଫ୍‍ଲାଇନ ପାଇଁ ବାରବାଟୀ ପ୍ୟାଲେସ୍‌ଠାରେ ବ୍ୟବସ୍ଥା କରାଯାଇଛି । ପୂର୍ବାହ୍ନ ୧୧ରୁ ଅପରାହ୍ଣ ୫ଟା ମଧ୍ୟରେ ଆବେଦନ ପତ୍ର ଦାଖଲ କରିପାରିବେ ଓ ପଞ୍ଜୀକରଣ ପତ୍ର ଗ୍ରହଣ କରିପାରିବେ। ୧୦୦ ଟଙ୍କାରେ ମିଳିବ ଆବେଦନପତ୍ର ।ଜଣେ ବ୍ୟକ୍ତି ସର୍ବାଧିକ ୩ଟି ପ୍ଲଟ୍ ପାଇଁ ଆବେଦନ କରିପାରିବେ । ପ୍ଲଟ୍ ପିଛା ପ୍ରାରମ୍ଭିକ ପଞ୍ଜୀକରଣ ରାଶି ୫ ହଜାର ଟଙ୍କା ରହିଛି । ଗୋଟିଏ ପ୍ଲଟ୍ ପାଇଁ ଏକାଧିକ ଆବେଦନ ଥିଲେ ନିଲାମ ହେବ ।ତଳ ପଡ଼ିଆର ୬୦ ଏକର ପରିମିତ ଜାଗାରେ ବ୍ୟବସାୟୀଙ୍କ ପାଇଁ ୧୬୭୦ଟି ଷ୍ଟଲ ନିର୍ମାଣ ହେଉଛି । http://cuttack.odisha.gov.in ୱେବସାଇଟରେ ସଂପୂର୍ଣ୍ଣ ବିବରଣୀ ଉପଲବ୍ଧ ହେଉଛି ।

You might also like