ଓଡ଼ିଶା ବିଧାନସଭାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ସ୍ଥାୟୀ, ବିଭାଗୀୟ ଓ ଗୃହ କମିଟି ଗଠନ କଲେ ବାଚସ୍ପତି
ଭୁବନେଶ୍ୱର (ରାଜ୍ୟକାହାଣୀ )ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଓ ପିଏସି କମିଟି ଗଠନ କଲେ ବାଚସ୍ପତି। ୩୫ରୁ ଅଧିକ ପିଏସି କମିଟି ଓ ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ଏକାଧିକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭାର କାର୍ଯ୍ୟ ପରିଚାଳନା, ସରକାରୀ ବିଭାଗର କାର୍ଯ୍ୟ ସମୀକ୍ଷା, ବଜେଟ୍ ବ୍ୟୟ ଓ ଲୋକଧନର ଉପଯୋଗ ଉପରେ ନଜର ରଖିବା ପାଇଁ ଏହି କମିଟିଗୁଡ଼ିକ ଗଠନ କରାଯାଇଛି । ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ Public Accounts Committee (PAC)ର ଅଧ୍ୟକ୍ଷ ଭାବେ ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ଦାୟିତ୍ୱ ମିଳିଛି। ସେହିପରି Estimates Committeeର ଅଧ୍ୟକ୍ଷ ଭାବେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, Committee on Public Undertakingsର ଅଧ୍ୟକ୍ଷ ଭାବେ ପଦ୍ମଲୋଚନ ପଣ୍ଡା ଏବଂ Committee on Welfare of Scheduled Castes and Scheduled Tribesର ଅଧ୍ୟକ୍ଷ ଭାବେ ଭାସ୍କର ମାଢ଼େଇଙ୍କୁ ମନୋନୀତ କରାଯାଇଛି ।ଅନ୍ୟପକ୍ଷରେ, Committee of Privilegesର ଅଧ୍ୟକ୍ଷ ଭାବେ ଜୟନାରାୟଣ ମିଶ୍ର, Committee on Subordinate Legislationର ଅଧ୍ୟକ୍ଷ ଭାବେ ଇରାସିସ ଆଚାର୍ଯ୍ୟ, Committee on Petitionsର ଅଧ୍ୟକ୍ଷ ଭାବେ ପ୍ରଶାନ୍ତ କୁମାର ଜଗଦେବ, Committee on Papers Laid on the Tableର ଅଧ୍ୟକ୍ଷ ଭାବେ ଦୁଷ୍ମନ୍ତ କୁମାର ସ୍ୱାଇଁ ଏବଂ Committee on Government Assurancesର ଅଧ୍ୟକ୍ଷ ଭାବେ ଅଶୋକ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି। ଏହା ସହ ଆକାଶ ଦାସ ନାୟକଙ୍କ ଲାଇବ୍ରେରୀ କମିଟିରେ ୧୧ ନିଲମ୍ବିତଙ୍କୁ ସ୍ଥାନ ମିଳିଛି। ସରକାରୀ ବିଭାଗଗୁଡ଼ିକର କାର୍ଯ୍ୟର ସମୀକ୍ଷା ପାଇଁ ଗଠିତ Departmentally Related Standing Committees (Iରୁ IX)ର ଅଧ୍ୟକ୍ଷ ଭାବେ ଯଥାକ୍ରମେ ସିଦ୍ଧାନ୍ତ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସେଠୀ, ବାବୁ ସିଂହ, , ବିଭୂତି ଭୂଷଣ ପ୍ରଧାନ, ସୁଧୀର ରଞ୍ଜନ ପଟ୍ଟଯୋଶୀ, ସନ୍ତୋଷ ଖଟୁଆ, ମନୋହର ରନ୍ଧାରୀ ଏବଂ ସନାତନ ବିଜୁଳିଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାବ୍ୟତୀତ ମହାନଦୀ ଜଳ ବିବାଦ, ଜଗନ୍ନାଥ ମନ୍ଦିର ବିକାଶ, ପରିବେଶ ପ୍ରଦୂଷଣ, ବିସ୍ଥାପନ, ରେଳ ବିକାଶ, ସୀମା ବିବାଦ, ବିଦ୍ୟୁତ ବିତରଣ ଓ ଭାଷାଗତ ସଂଖ୍ୟାଲଘୁଙ୍କ ସମସ୍ୟା ଭଳି ପ୍ରସଙ୍ଗ ଉପରେ ମଧ୍ୟ ବିଭିନ୍ନ House Committee ଓ Special Committee ଗଠନ କରାଯାଇଛି । ଏହି କମିଟିଗୁଡ଼ିକ ସରକାରୀ କାର୍ଯ୍ୟର ସମୀକ୍ଷା କରି ବିଧାନସଭାରେ ସୁପାରିସ ଓ ରିପୋର୍ଟ ଦାଖଲ କରିବେ ।