ଓଡ଼ିଶାର ୪ ସହରରେ ସ୍ଥାପନ ହେବ ଡପଲର ରାଡାର !ସୁଦୃଢ଼ ହେବ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା

ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟରେ ସୁଦୃଢ଼ ହେବ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା। ଏଥିପାଇଁ ୪ଟି ସହରରେ ଲାଗିବ ଡପଲର୍ ରାଡାର। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁରରେ ଡପଲର ରାଡାର ସ୍ଥାପନ କାମ ପ୍ରାୟତଃ ଶେଷ ହୋଇଗଲାଣି । ଖୁବ୍‌ଶୀଘ୍ର ଏହାର ଉଦଘାଟନ କରାଯିବ । ସେହିପରି ବାଲେଶ୍ୱରରେ ପ୍ରସ୍ତାବିତ ଡପଲର ରାଡାର କାମ ମଧ୍ୟ ଶୀଘ୍ର ଶେଷ ହେବ । ଭୁବନେଶ୍ୱର ଓ ପୁରୀରେ ଡପଲର ରାଡାରକୁ ଚଳିତ ବର୍ଷ ସୁଦ୍ଧା ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ୱ ମନ୍ତ୍ରୀ କହିଛନ୍ତି, ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପାଣ୍ଠି ଓ ସୁବିଧାସୁଯୋଗର ପ୍ରତିବନ୍ଧକ ରହିବ ନାହିଁ। ରାଜ୍ୟରେ ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ କେନ୍ଦ୍ର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

You might also like