ଓଡ଼ିଶା ଜନତା କଂଗ୍ରେସର ରାଜ୍ୟ କମିଟି ଘୋଷଣା କଲେ ସଭାପତି ମହମ୍ମଦ ମୋକିମ୍

ଭୁବନେଶ୍ବର, ରାଜ୍ୟ କାହାଣୀ: ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ପ୍ରଥମ ରାଜ୍ୟ କମିଟି ଘୋଷଣା କରାଯାଇଛି । ଓଜେସି ସଭାପତି ଇଂ ମହମ୍ମଦ ମୋକିମଙ୍କ ଅନୁମୋଦନ କ୍ରମେ ଓଜେସିର ଏକ ୨୬ ଜଣିଆ ରାଜ୍ୟ କମିଟି ଘୋଷଣା ହୋଇଅଛି । ଉକ୍ତ କମିଟିରେ ୬ ଜଣ ରାଜ୍ୟ ଉପସଭାପତି, ୧୦ଜଣ ସାଧାରଣ ସମ୍ପାଦକ ଏବଂ ୧୦ ଜଣ ସମ୍ପାଦକ ଭାବେ ସ୍ଥାନିତ ହୋଇଛନ୍ତି । ଉପସଭାପତିମାନଙ୍କ ମଧ୍ୟରେ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ଛାତ୍ରନେତା ପୂର୍ବତନ ଛାତ୍ର ଜନତା ରାଜ୍ୟ ସଭାପତି ବଦ୍ରି ନାରାୟଣ ମହାନ୍ତି, କଟକର ପୂର୍ବତନ ମେୟର ପ୍ରାର୍ଥୀନୀ ତଥା ରାଜ୍ୟର ଜଣାଶୁଣା ନେତ୍ରୀ ଗିରିବାଳା ବେହେରା, ପୂର୍ବତ୍ତନ ପିସିସି ସମ୍ପାଦକ ନିକୁଞ୍ଜ ପଶାୟତ,ପୂର୍ବତନ ଯୁବ କଂଗ୍ରେସ ରାଜ୍ୟ ଉପସଭାପତି ନଜିବୁର ରେହମାନ ଖାନ୍, ଆରଟିଆଇ ସଂଗଠନର ରାଜ୍ୟ ସଭାପତି ପ୍ରଦୀପ ପ୍ରଧାନ, ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରଞ୍ଜିତା ରାଉତଙ୍କ ଭଳି ବରିଷ୍ଠ ନେତୃତ୍ବମାନେ ସ୍ଥାନ ପାଇଛନ୍ତି । ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଯୁବ ନେତୃତ୍ବମାନଙ୍କୁ ସୁଯୋଗ ପ୍ରଦାନ କରି ଓଜେସି ଯୁବକମାନଙ୍କର ଦଳ ବୋଲି ସଭାପତି ଶ୍ରୀଯୁକ୍ତ ମହମ୍ମଦ ମୋକିମ୍ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ସୂର୍ଯ୍ୟକାନ୍ତ ରାଉତ, ସୁଜିତ୍ ସ୍ବାଇଁ, ଶୁଭେନ୍ଦୁ ମଲ୍ଲିକ, ସୋମନାଥ ରାଉତ, ନରେଶ ମହାନ୍ତି, ଅନିତା ନାୟକ, ସଞ୍ଜୟ ରାୟ, ଲଳିତ ମୋହନ ପ୍ରଧାନ, ପ୍ରସନ୍ନ ବିଷୋୟୀ, ଦୀପକ କୁମାର ପରିଡା ପ୍ରମୁଖ ନେତୃତ୍ବମାନେ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଭିନ୍ନ ଭିନ୍ନ ଜିଲ୍ଲା ଓ ବର୍ଗର ନେତୃତ୍ବ ମାନଙ୍କୁ ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ବ ଦିଆଯାଇଛି । ବୀରେନ୍ଦ୍ର ପ୍ରଧାନ, ଲପନ ରାଉତରାୟ, ଦିଲ୍ଲୀପ ରାଉତ, ଅଖିଳ ମୋହନ ଦାସ, କୃଷ୍ଣାନନ୍ଦ ସାହୁ, ଆଦିତ୍ୟ ଗିରି, କାଳିପ୍ରସାଦ ମଲ୍ଲିକ, ଅଂଶୁମାନ ଦାସ, ସୋନାଲି ମହାପାତ୍ର ଏବଂ ବିକାଶ କୁମାର ବେହେରା ପ୍ରମୁଖ ନେତୃତ୍ବମାନଙ୍କୁ ଓଜେସି ରାଜ୍ୟ ସମ୍ପାଦକ ପଦବୀପାଇଁ ମନୋନୀତ କରାଯାଇଛି । ଏହି ରାଜ୍ୟ କମିଟି ଘୋଷଣା କରାଯିବା ପରେ ସମସ୍ତ ନୂତନ ପଦାଧିକାରୀମାନଙ୍କୁ ଓଜେସି ସଭାପତି ମହମ୍ମଦ ମୋକିମ୍ ଶୁଭେଚ୍ଛା ଜଣାଇବା ସହ ସେମାନେ ଓଜେସି ସଂଗଠନକୁ ମଜବୁତ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

You might also like