ଓଜେସି ଗଣମାଧ୍ୟମ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ
ଭୁବନେଶ୍ବର, ( ରାଜ୍ୟ କାହାଣୀ)ଓଡିଶା ଜନତା କଂଗ୍ରେସ ଗଣମାଧ୍ୟମ ବିଭାଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ପାର୍ଟିର ଭୁବନେଶ୍ବର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ପ୍ରଶାନ୍ତ ଶତପଥିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଦଳର ସଭାପତି ଇଂ ମହମ୍ମଦ ମୋକିମଙ୍କ ସମେତ ସମସ୍ତ ମୁଖପାତ୍ର ଉପସ୍ଥିତ ଥିଲେ । ଦଳର କାର୍ଯ୍ୟକ୍ରମକୁ ଗଣମାଧ୍ୟମ ଜରିଆରେ କିଭଳି ଭାବରେ ସଠିକ୍ ଢଙ୍ଗରେ ଓଡିଶାର ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଯିବ ତାଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଦଳର ସଭାପତି ସମସ୍ତ ମୁଖପାତ୍ରମାନଙ୍କୁ ଓଡିଶାର ସାଢେ ୪ କୋଟି ଲୋକଙ୍କ ସ୍ବର ହୋଇ ଦଳର ଆଭିମୁଖ୍ୟକୁ ମୁଦ୍ରିତ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ଆଜିର ଏହି ବୈଠକରେ ଓଜେସି ମିଡିଆ ସେଲର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।