ଏହିଦିନ ଖାତାକୁ ଆସିବ ‘ସୁଭଦ୍ରା’ର ଚତୁର୍ଥ କିସ୍ତି
ଭୁବନେଶ୍ୱର (ରାଜ୍ୟକାହାଣୀ )’ସୁଭଦ୍ରା’ର ଚତୁର୍ଥ କିସ୍ତି ଆସିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ସୁଭଦ୍ରାର ଚତୁର୍ଥ କିସ୍ତି। କୋଟିଏ ମହିଳାଙ୍କ ଖାତାକୁ ଏକାଥରେ ୫ ହଜାର ଲେଖାଏଁ ଟଙ୍କା ପଠାଇବେ ରାଜ୍ୟ ସରକାର।ସମସ୍ତଙ୍କ ଖାତାକୁ ଗତ ମାସ ୨୨ ତାରିଖରେ ସୁଭଦ୍ରା ଟଙ୍କା ଆସିଛି ।୩ଟି କିସ୍ତିରେ ମୋଟ ୧୫ ହଜାର ଟଙ୍କା ପାଇସାରିଛନ୍ତି ୧ କୋଟିରୁ ଅଧିକ ହିତାଧିକାରୀ। ଏହା ସହିତ ଗତ ୨୨ ତାରିଖରେ ନୂଆ କରି ଆବେଦନ କରିଥିବା ଏବଂ ପୂର୍ବ କିସ୍ତି ପାଇନଥିବା ମହିଳାଙ୍କ ଖାତାକୁ ଟଙ୍କା ପଠାଇଥିଲେ ରାଜ୍ୟ ସରକାର