ଏନ୍‌ଇଇଟି ପରେ ଏବେ ସିୟୁଇଟି ୟୁଜି ପରୀକ୍ଷାରେ ତ୍ରୁଟି: ଏନ୍‌ଟିଏ କ୍ଷମା ମାଗିଲା

କିଛି ପରୀକ୍ଷା କେନ୍ଦ୍ରରେ CUET UG ୨୦୨୬ ପରୀକ୍ଷା ସମୟସୀମାରେ ଆରମ୍ଭ ହୋଇପାରି ନାହିଁ। ଯାନ୍ତ୍ରିକ ତ୍ରୁଟି ଯୋଗୁ ପରୀକ୍ଷା ବିଳମ୍ବିତ ହୋଇଛି। ଏହା ପରେ NTA ତୁରନ୍ତ ଏକ ଅପଡେଟ ଜାରି କରି ଏକ ସଂଶୋଧିତ କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରିଛି।ଏନ୍‌ଟିଏ ନୋଟିସ୍‌ରେ ପ୍ରକାଶ କରିଛି ଯେ, ସିୟୁଇଟି ୟୁଜି ପରୀକ୍ଷା ପରିଚାଳନା କରୁଥିବା ବୈଷୟିକ ଅଂଶୀଦାର କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ୍ ପକ୍ଷରୁ ଏକ ବଡ଼ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ଏହି ଯାନ୍ତ୍ରିକ ତ୍ରୁଟି ସକାଳ ସିଫ୍ଟ ପରୀକ୍ଷାକୁ ବିଳମ୍ବ କରିଛି । ଏହି ବଡ଼ ତ୍ରୁଟି ବର୍ତ୍ତମାନ ସିଧାସଳଖ ଅପରାହ୍ନ ସିଫ୍ଟକୁ ମଧ୍ୟ ପ୍ରଭାବିତ କରିଛି, ଯାହା ଫଳରେ ଏନ୍‌ଟିଏ ଅପରାହ୍ନ ଅଧିବେଶନକୁ ଘୁଞ୍ଚାଇବାକୁ ବାଧ୍ୟ ହୋଇଛି। ଅସୁବିଧା ପାଇଁ ଏଜେନ୍ସି ଛାତ୍ର ଏବଂ ଅଭିଭାବକଙ୍କୁ କ୍ଷମା ପ୍ରାର୍ଥନା କରିଛି ଏବଂ ସେମାନଙ୍କୁ ଆଶ୍ୱାସନା ଦେଇଛି ଯେ କୌଣସି ପ୍ରାର୍ଥୀଙ୍କୁ ହଇରାଣ ହେବାକୁ ଦିଆଯିବ ନାହିଁ ।ପରୀକ୍ଷା ପରିଚାଳନା ପାଇଁ ଦାୟୀ ସଂସ୍ଥା – ଜାତୀୟ ପରୀକ୍ଷା ଏଜେନ୍ସି (NTA) ସ୍ପଷ୍ଟ କରିଛି ଯେ, ଯେଉଁ ଛାତ୍ରୀଛାତ୍ରମାନଙ୍କର ପରୀକ୍ଷା ବିଳମ୍ବରେ ଆରମ୍ଭ ହୋଇଛି ସେମାନଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଧାରିତ ସମୟ ପ୍ରଦାନ କରାଯିବ ଯାହା ଦ୍ୱାରା କୌଣସି ପ୍ରାର୍ଥୀ ଅସୁବିଧାରର ସମ୍ମୁଖୀନ ନ ହୁଅନ୍ତି। ଏହା ମଧ୍ୟ କୁହାଯାଇଛି ଯେ, ପରୀକ୍ଷା ବାତିଲ ହେବା ସମ୍ପର୍କରେ ଗୁଜବ ମିଥ୍ୟା ଏବଂ ପରୀକ୍ଷା ସଠିକ୍‌ ଭାବେ ଚାଲିଛି।

You might also like