ଏଥର ଗଣେଶ ପୂଜାରେ ବାଜିବନି ଡିଜେ, ରାତି ୧୦ଟା ପରେ ମେଲୋଡ଼ି ମନା

ରାଜ୍ୟ କାହାଣୀ (ଭୁବନେଶ୍ୱର )ଆଉ ମାତ୍ର କିଛି ଦିନ ରହିଲା ଗଣେଶ ପୂଜା । ଏନେଇ ଉତ୍ସବମୁଖର ଟ୍ବିନ ସିଟି । ଚଳିତ ବର୍ଷା ଗଣେଶ ପୂଜାରେ ଭୁବନେଶ୍ବରରେ ବାଜିବନି ଡିଜେ । କେଵଳ ପାରମ୍ପରିକ ବାଦ୍ୟ ବାଜିବାକୁ ଅନୁମତି ଦେଇଛି କମିଶନରେଟ୍‌ ପୋଲିଓ । ଆତସବାଜି ବି ନିଷେଧ । କେବଳ ସେତିକି ନୁହେଁ ରାତି ୧୦ଟା ପରେ ମେଲୋଡି ବି ମନା ।ସେହିଭଳି କୌଣସି ପୂଜା କମିଟି ବିକୃତ ମୂର୍ତ୍ତି ନିର୍ମାଣ କରିପାରିବେ ନାହିଁ । ନିଶାମୁକ୍ତ ପୂଜା ସମ୍ପାଦନକୁ ପୁଲିସର ଗୁରୁତ୍ବ । ଭିଡ଼ ଓ ଦଳଚକଟା ଏଡ଼ାଇବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତବର୍ଷ ଗଣେଶ ପୂଜା ଲାଗି ଭୁବନେଶ୍ବରରେ ୪୫୦ଟି ମେଢ଼ ହେବ ବୋଲି ଜଣାପଡ଼ିଛି । ୩ ଦିନ ହେବ ଭଷାଣି ଉତ୍ସବ । ରାତି ୧୦ଟା ଭିତରେ ସରିବ ଭଷାଣି ଯାତ୍ରା । ୧୧ଟି ଅସ୍ଥାୟୀ ପୋଖରୀରେ ହେବ ବିସର୍ଜନ ।କଟକ ଡିସିପି ଖିଲାଡି ଋଷିକେଶ ଜ୍ଞାନଦେବ ଘୋଷଣା କରିଛନ୍ତି ଯେ ସମସ୍ତ ପୂଜା ମଣ୍ଡପରେ ବିଦ୍ୟୁତ ସଂଯୋଗ ପାଇଁ ଉଚ୍ଚମାନର କିମ୍ବା ନୂତନ ତାର ବ୍ୟବହାର କରିବା ବାଧ୍ୟତାମୂଳକ ହେବ ଏବଂ ଅଗ୍ନିକାଣ୍ଡ ରୋକିବା ପାଇଁ ଅଗ୍ନି ନିର୍ବାପକ ଯନ୍ତ୍ର ପ୍ରସ୍ତୁତ ରଖିବାକୁ ପଡିବ।

You might also like