ଏଣିକି ୯ କ୍ୟାରେଟ୍ ସୁନା ଉପରେ ବାଧ୍ୟତାମୂଳକ ହଲମାର୍କିଂ ରହିବ

ଏଣିକି ୯ କ୍ୟାରେଟ୍ ସୁନା ଉପରେ ବାଧ୍ୟତାମୂଳକ ହଲମାର୍କିଂ ରହିବ। ଏହି ନୂଆ ନିର୍ଦ୍ଦେଶ ଜୁଲାଇ ମାସରୁ ଲାଗୁ ହୋଇଛି । ଏ ନେଇ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ୍ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ।ହଲମାର୍କିଂ ସୁନାର ଶୁଦ୍ଧତାର ଗ୍ୟାରେଣ୍ଟି ଦେଇଥାଏ। ନୂଆ ଘୋଷଣା ଅନୁଯାୟୀ, ୯ କ୍ୟାରେଟ୍ ଅଳଙ୍କାର ଉପରେ ମଧ୍ୟ ହଲମାର୍କ କରିବା ବାଧ୍ୟତାମୂଳକ ହେବ। ଏହା ପୂର୍ବରୁ ୨୪ କ୍ୟାରେଟ୍, ୨୩ କ୍ୟାରେଟ୍, ୨୨ କ୍ୟାରେଟ୍, ୨୦ କ୍ୟାରେଟ୍, ୧୮ କ୍ୟାରେଟ୍ ଏବଂ ୧୪ କ୍ୟାରେଟ୍ ଅଳଙ୍କାର ଉପରେ ହିଁ ହଲମାର୍କ କରାଯାଉଥିଲା।ଏ ସଂପର୍କରେ ଅଲ ଇଣ୍ଡିଆ ଜେମ୍ସ ଏଣ୍ଡ ଜୁଏଲାରୀ ଡୋମେଷ୍ଟିକ୍ କାଉନସିଲ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି ଯେ ବିଆଇଏସ ଆଇନ ଅନୁସାରେ ଜୁଏଲାରୀ ଓ ହଲମାର୍କିଂ ସେଣ୍ଚରଗୁଡ଼ିକୁ ଏହି ନିୟମ ପାଳନ କରିବା ବାଧ୍ୟତାମୂଳକ ହେବ । ପୂର୍ବରୁ ୯ କ୍ୟାରେଟ୍ ସୁନାକୁ ବାଧ୍ୟତାମୂଳକ ହଲମାର୍କିଂରୁ ବାଦ ଦିଆଯାଇଥିଲା । ଏବେ ନୂଆ ନିୟମ ପରେ ୯ କ୍ୟାରେଟ ସୁନା ଏବେ ବିଆଇଏସ ଆମେଣ୍ଡମେଣ୍ଟ ନଂ.୨ ନିୟମାବଳୀ ଅଧିନରେ ଆସିବ । ନୂଆ ନିୟମ ଅନୁସାରେ ଅଳଙ୍କାର ଓ କଳାକୃତିର ବ୍ୟାଖ୍ୟା କରାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ଜୁଏଲାରୀ କମ୍ପାନିମାନେ ସ୍ବାଗତ କରିଛନ୍ତି ।

You might also like