ଏଣିକି ରାଜ୍ୟର ସମସ୍ତ ଅଫିସରେ ଲାଗିବ ଏଆଇ କ୍ୟାମେରା

ରାଜ୍ୟ କାହାଣୀ (ଭୁବନେଶ୍ଵର)ସଚିବସ୍ତରୀୟ ବୈଠକରେ ୧୦ଟି ଦିଗ ଉପରେ ଫୋକସ ଦିଆଯାଇଛି। ୧୦ ଦିଗକୁ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ରାଜ୍ୟର ସବୁ ଅଫିସରେ ଲାଗିବ ଏଆଇ କ୍ୟାମେରା।ଜିଲ୍ଲାସ୍ତରୀୟ ସବୁ ସରକାରୀ ଅଫିସରେ ଲାଗିବ ଏଆଇ କ୍ୟାମେରା ।  ଲୋକଙ୍କୁ ସେବା ପ୍ରଦାନରେ ବିଳମ୍ବର ଅନୁଧ୍ୟାନ କରାଯିବ । ଅକ୍ଟୋବର ମାସରୁ ଆରମ୍ଭ ହେବ ସିଏମ ଡାସ ବୋର୍ଡ ।  କେନ୍ଦ୍ରୀୟ ସ୍କିମ ପ୍ରତିମାସ ୭ ତାରିଖରେ ଜିଲ୍ଲାପାଳ  ସମୀକ୍ଷା କରିବେ । ୧୨ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ଓ  ରାଜସ୍ୱ  ବିଭାଗ ସମୀକ୍ଷା କରିବେ । ସବୁ ବିଭାଗ ସେମାନଙ୍କ ବିଭାଗର ଖର୍ଚ୍ଚ ବୃଦ୍ଧି ଉପରେ ଗୁରୁତ୍ୱ ଦେବେ ।  ଅଫିସରଙ୍କୁ ଫିଲ୍ଡ ଭିଜିଟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

You might also like