ଏଣିକି ହାତ ପାଆନ୍ତରେ ମିଳିବ ରାଜସ୍ବ ସେବା, ‘ଆମ ସାଥୀ ୟୁନିଫାଏଡ୍ ହ୍ବାଟ୍ସଆପ୍ ବଟ୍’ ଉନ୍ମୋଚନ

ଭୁବନେଶ୍ୱର (ରାଜ୍ୟକାହାଣୀ )ଆମ ସାଥୀ ୟୁନିଫାଏଡ ହ୍ୱାଟସଆପ ବଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉନ୍ମୋଚନ କରିଛନ୍ତି ।ରାଜସ୍ବ ବିଭାଗରେ ମଧ୍ୟସ୍ଥି ଯୁଗ ଶେଷ । ରାଜସ୍ବ ସେବା ଓ ଲେକଙ୍କ ମଧ୍ୟରେ ରହିବେନି ତୃତୀୟ ପାର୍ଟି । ଆଉ ବାରମ୍ବାର ଦୌଡ଼ିବାକୁ ପଡ଼ିବନି ତହସିଲ୍ କାର୍ଯ୍ୟାଳୟ । ଏଣିକି ଗୋଟିଏ କ୍ଲିକରେ ଜମିଜମା କାର୍ଯ୍ୟ । ଘରେ ବସି ହ୍ୱାଟସଆପ୍‌ ମାଧ୍ୟମରେ ମିଳିବ ରାଜସ୍ବ ସେବା । ସେ ବି ପୁଣି ୨୪ ଘଣ୍ଟିଆ ସେବା ଯୋଗାଇବେ ସରକାର । ୯୪୩୭୨୯୨୦୦୦ରେ whatsapp ନଂରେ ରାଜସ୍ବ ବିଭାଗର ୧୭୦ରୁ ଉର୍ଦ୍ଧ ସେବା ମିଳିବ। ୨୪ ଘଣ୍ଟା ସେବା ଯୋଗାଇବ ରାଜସ୍ବ ବିଭାଗ । ସେବା ପାଇବାରେ ସମସ୍ୟା ହେଲେ ରାଜସ୍ବ ବିଭାଗରେ ଅଭିଯୋଗ କରିପାରିବେ ଆବେଦନକାରୀ । ଏହା ସହ ୫୭ଟି ଉପ ନିବନ୍ଧନ କାର୍ଯ୍ୟାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

You might also like