ଉଚ୍ଚଶିକ୍ଷା ବିଭାଗର SOP : ସକାଳେ ପରୀକ୍ଷା କର
ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟରେ ଆଗାମୀ ଦିନର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କ ପାଇଁ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି।ଉଚ୍ଚ ଶିକ୍ଷା ବିଭାଗ ଜାରି କରିଥିବା ଏସ୍ଓପି ଅନୁସାରେ, ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷାକୁ ସକାଳ କରାଯାଉ । ଏଥିପାଇଁ ସମସ୍ତ ପରୀକ୍ଷା ହଲ୍ରେ ବ୍ୟାପକ ପାଣିର ବ୍ୟବସ୍ଥା କରାଯିବା ସହିତ ORS ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ପରିସରରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ପଡ଼ିବ । ସେହିପରି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ବାହାରେ ହେବାକୁ ଥିବା ଆୟୋଜନ ବନ୍ଦ କରିବା ସହିତ ଅପରାହ୍ନ ସମୟରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଛାତ୍ରଛାତ୍ରୀମାନେ କଲେଜରେ କ୍ଲାସ କରିବା ପାଇଁ ଘରୁ ବାହାରିଲାବେଳେ ଯେପରି ନିଜ ସହ ପାଣି ବୋତଲ ନେବେ ତାହାକୁ ସୁନିଶ୍ଚିତ କରିବା ପାଇଁ ଅଭିଭାବକମାନଙ୍କୁ ଉପଦେଶ ଦିଆଯାଇଛି।