ଇରାନ-ଇସ୍ରାଏଲ ସଂଘର୍ଷ ମଧ୍ୟରେ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ବଡ଼ ପଦକ୍ଷେପ
ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଆଉ ତିନୋଟି ରାଷ୍ଟ୍ର ମଧ୍ୟରେ ସୀମିତ ନାହିଁ। ଏହା ସମଗ୍ର ମଧ୍ୟପ୍ରାଚ୍ୟରେ ବ୍ୟାପିଛି। ତେବେ ଏହା ଭିତରେ ଭାରତ ରୁଷ୍ ଠାରୁ ଆଉ ୫ଟି ନୂଆ S-400 ସୁଦର୍ଶନ ଏୟାର ଡିଫେନ୍ସ ମିସାଇଲ ସ୍କ୍ୱାଡ୍ରନ କିଣିବାକୁ ଯାଉଛି। ଗତ ବର୍ଷ ‘ଅପରେସନ ସିନ୍ଦୂର’ ସମୟରେ ଏହି ପ୍ରତିରକ୍ଷା ପ୍ରଣାଳୀ ନିଜର ସଫଳତା ପ୍ରମାଣିତ କରି ସାରିଛି।
ଭାରତ ପ୍ରଥମେ ୨୦୧୮ରେ ରୁଷ ପାଞ୍ଚଟି ସ୍କ୍ୱାଡ୍ରନ S-400 କ୍ରୟ କରିଥିଲା, ଯେଉଁଥିରେ ତିନୋଟି ଡେଲିଭର ହୋଇ ସାରିଛି। ଅନ୍ୟ ଦୁଇଟି ୨୦୨୬-୨୦୨୭ ସୁଦ୍ଧା ଆସିବ। ଏବେ ୫ଟି ଅତିରିକ୍ତ ସ୍କ୍ୱାଡ୍ରନ କିଣି ଭାରତ ନିଜର ଲମ୍ୱା ଦୂରଗାମୀ ଆକାଶ ମାର୍ଗର ପ୍ରତିରକ୍ଷାକୁ ଦୁଇଗୁଣା କରିବାକୁ ଚାହିଁଛି। ଏହି ସିଷ୍ଟମ ପୂର୍ବ ଓ ପଶ୍ଚିମ ଉଭୟ ମାମଲାରେ ମୁତୟନ କରାଯିବ।