ଆସନ୍ତା ସୋମବାରରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ
ରାଜ୍ୟ କାହାଣୀ (ଭୁବନେଶ୍ୱର )ଆସନ୍ତା ସେପ୍ଟେମ୍ବର ୮ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି ଅନିବାର୍ଯ୍ୟ କାରଣ ବଶତଃ ସ୍ଥଗିତ ରହିବ।ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ କରିଥିବା ଜନସାଧାରଣଙ୍କ ଆପତ୍ତି ଅଭିଯୋଗ, ପରବର୍ତ୍ତୀ ଜନଶୁଣାଣି ଶିବିରରେ ଗ୍ରହଣ କରାଯିବ ପରବର୍ତ୍ତୀ ଜନଶୁଣାଣିର ସମୟ ଓ ତାରିଖ ଜନସାଧାରଣଙ୍କ ଅବଗତି ନିମନ୍ତେ ବିଭିନ୍ନ ଗଣମାଧ୍ୟମ ଜରିଆରେ ଜଣାଇଦିଆଯିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ।