ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଯୋଜନାର କିସ୍ତି

ରାଜ୍ୟ କାହାଣୀ (ଭୁବନେଶ୍ୱର )ଚାଷୀଙ୍କ ପାଇଁ ଖୁସି ଖବର । ଆକାଉଣ୍ଟକୁ ଆସିବ ୨ ହଜାର ଟଙ୍କା । ଏନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି ।୨୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ତାର ପୂର୍ବ ଦିନ ଏହା ପ୍ରଦାନ କରାଯିବ। ପ୍ରତି ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ପଠାଯିବ। ଏହାଦ୍ବାରା ଓଡ଼ିଶାର ୫୨ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଉପକୃତ ହେବେ। ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରିଥାନ୍ତି। ମୁଖ୍ୟମନ୍ତ୍ରୀ ଫାଇଲରେ ଦସ୍ତଖତ କରିବା ପରେ ଚାଷୀଙ୍କ ଖାତାକୁ ଯିବ ସିଏମ କିଷାନ ଟଙ୍କା। ପୂର୍ବରୁ ୪୫ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୧୯ଲକ୍ଷରୁ ଅଧିକ ଭୂମିହୀନଙ୍କୁ କାଳିଆ ଯୋଜନାରେ ସହାୟତା ମିଳିଥିଲା।

You might also like