ଆମେ ଅପରେସନ ସିନ୍ଦୂର ୨.୦ ପାଇଁ ପ୍ରସ୍ତୁତ: ସେନା ମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀ
ଅପରେସନ ସିନ୍ଦୂରକୁ ନେଇ ଶନିବାର ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, “ଭାରତ ଅପରେସନ ସିନ୍ଦୁର ୨.୦ ପାଇଁ ପ୍ରସ୍ତୁତି କରୁଛି। ସେ ଜୋର ଦେଇ କହିଛନ୍ତି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନର ଜବାବରେ ସେନାର ଆଭିମୁଖ୍ୟ ପୂର୍ବଭଳି ରହିଛି । ଭାରତୀୟ ସେନା, ବାୟୁସେନା ଏବଂ ନୌସେନା ସହିତ ମିଶି ଭବିଷ୍ୟରେ ହେବାକୁ ଥିବା ସମ୍ଭାବ୍ୟ ସ୍ଥିତି ପାଇଁ ସକ୍ରିୟ ଭାବେ ପ୍ରସ୍ତୁତି ଚାଲିଛି ।
ସେ ଆହୁରି ମଧ୍ୟ କହିଛନ୍ତି, ଭାରତୀୟ ସେନାରେ ବ୍ୟବହାର ହେବ AI ଓ LLM ଜ୍ଞାନକୌଶଳ । ଭାରତୀୟ ସେନାମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ଯେତେବେଳେ ଯୁଦ୍ଧକ୍ଷେତ୍ରର ପରିସ୍ଥିତି ଏବଂ ସମ୍ବଳ ନିୟନ୍ତ୍ରଣ ବାହାରକୁ ଚାଲିଯାଏ । ସେତେବେଳେ ସବୁ କିଛି ଏକାସଙ୍ଗେ ପରିଚାଳନା କରିବା ସମ୍ଭବ ନଥାଏ । ଏଭଳି ସ୍ଥିତିରେ ସେନାକୁ ସଠିକ୍ ଓ ଦ୍ରୁତ ନିଷ୍ପତ୍ତି ନେବାରେ AI ସବୁଠାରୁ ବଡ଼ ସାହାଯ୍ୟ କରିବ । ଜେନେରାଲ୍ ଦ୍ୱିବେଦୀ ସାମରିକ ରଣନୀତିର OODA ଚକ୍ର ଯଥା Observe-ଲକ୍ଷ୍ୟ କରିବା, Orient-ପରିସ୍ଥିତି ଅନୁଧ୍ୟାନ କରିବା, Decide-ନିଷ୍ପତ୍ତି ନେବା ଓ Act-କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଷୟରେ ଆଲୋଚନା କରିଥିଲେ ।ଆତଙ୍କବାଦର ଦୃଢ଼ ସାମରିକ ଜବାବ ସ୍ୱରୂପ ୨୦୨୫ ମସିହାର ୭ ଏବଂ ୮ ତାରିଖ ରାତିରେ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା। ଦକ୍ଷିଣ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା, ଆତଙ୍କବାଦୀମାନେ ଉପତ୍ୟକାରେ ଗୁଳି ଚଳାଇ ୨୬ ଜଣଙ୍କର ଜୀବନ ନେଇଥିଲେ।