ଆଡମିଟ୍‌ ପୂର୍ବରୁ ଆୟୁଷ୍ମାନ କାର୍ଡରେ ହେବ ଟେଷ୍ଟ: ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ରାଜ୍ୟ କାହାଣୀ ( ଭୁବନେଶ୍ଵର)ଆୟୁଷ୍ମାନ କାର୍ଡକୁ ନେଇ ଏକ ବଡ଼ ଖବର ।  ଏଣିକି ହସ୍ପିଟାଲରେ ଆଡମିଟ ପୂର୍ବରୁ ଆୟୁଷ୍ମାନ କାର୍ଡରେ ଟେଷ୍ଟ କରିହେବ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଅନୁଯାୟୀ ଆଡମିଟ ପୂର୍ବରୁ ଆୟୁଷ୍ମାନ କାର୍ଡରେ ସବୁ ମେଡିକାଲ ପରୀକ୍ଷା କରିହେବ । ରୋଗୀ ହସ୍ପିଟାଲରେ ଆଡମିଟ ହେବାର ୩ ଦିନ ପୂର୍ବରୁ ଆୟୁଷ୍ମାନ କାର୍ଡରେ ପରୀକ୍ଷା ହେବ । ୩ ଦିନ ପୂର୍ବରୁ ଯାହା ଟେଷ୍ଟ ହେବ ତାହା ଆୟୁଷ୍ମାନ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ । ତେବେ ଏହି ଗାଇଡଲାଇନ ନମାନିଲେ ସମ୍ପୃକ୍ତ ହସ୍ପିଟାଲ ବିରୋଧରେ କଡ଼ା ଆକ୍ସନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି । ରାଜ୍ୟରେ ଆୟୁଷ୍ମାନ କାର୍ଡ ଲାଗୁ ପରେ ବିଭିନ୍ନ ହସ୍ପିଟାଲରେ ସମସ୍ୟା ଦେଖାଦେଉଥିବା ନେଇ ଅଭିଯୋଗ ହୋଇଛି । କେତେବେଳେ ନେଟୱର୍କ ସମସ୍ୟା ତ ପୁଣି ରୋଗୀଙ୍କୁ ଅବହେଳା ନେଇ ଅଭିଯୋଗ ହୋଇଛି ।ହସ୍ପିଟାଲଗୁଡ଼ିକ ଏହି ନିୟମ ସଠିକ୍ ଭାବେ ପାଳନ କରୁଛନ୍ତି କି ନାହିଁ, ତାହାର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟି ବିଭିନ୍ନ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

You might also like