ଆଜି ରଜ ସଂକ୍ରାନ୍ତି, ଦୋଳି ଖେଳିରେ ମାତିଛନ୍ତି କୁଆଁରୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ରଜ ଦୋଳିରେ ଝୁମୁଛି ଓଡ଼ିଶା! । ଗତକାଲି ‘ପହିଲି ରଜ’ର ଉତ୍ସାହ ପରେ ଆଜି ‘ରଜ ସଂକ୍ରାନ୍ତି’ ରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ନାରୀତ୍ୱ, ସୃଜନଶୀଳତା ଏବଂ ଆଗାମୀ ବର୍ଷାର ଆଗମନକୁ ସ୍ୱାଗତ କରି ମା’ ବସୁନ୍ଧରାଙ୍କୁ ବିଶ୍ରାମ ଦେବାର ଏହି ଅନନ୍ୟ ପରମ୍ପରା ଓଡ଼ିଆ ସଂସ୍କୃତିର ଏକ ଶ୍ରେଷ୍ଠ ନିଦର୍ଶନ। ରାଜ୍ୟର କୋଣ ଅନୁକୋଣରେ ଝିଅ ଓ ମହିଳାମାନେ ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଲଗାଇ ସୁସଜ୍ଜିତ ରଜ ଦୋଳିରେ ଝୁଲୁଛନ୍ତି । ଏହା ସହିତ ରଜ ଗୀତ, ପୁଚି ଖେଳ ଏବଂ ସୁଆଦିଆ ପୋଡ଼ପିଠା, ମଣ୍ଡା, ଚକୁଳି ଓ ରଜ ପାନର ମଜା ନେଉଛନ୍ତି।ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି ।

You might also like