ଆଜି ବିଶ୍ୱ ଇଟିଲି ଦିବସ
ବିଶ୍ୱ ଇଟିଲି ଦିବସ ପ୍ରତିବର୍ଷ ମାର୍ଚ୍ଚ ୩୦ ତାରିଖରେ ପାଳନ କରାଯାଏ। ଏହି ଦିନଟି ଲୋକପ୍ରିୟ ଦକ୍ଷିଣ ଭାରତୀୟ ଜଳଖିଆ ‘ଇଟିଲି’ ସମ୍ମାନ ଜଣାଇବା ଏବଂ ଏହାର ସ୍ୱାଦ ଓ ସହଜରେ ହଜମ ହେଉଥିବାରୁ ଉତ୍ସବ ଭାବରେ ପାଳନ କରିବା ପାଇଁ ଉଦ୍ଧିଷ୍ଟ। ଏହି ଦିବସର ଆରମ୍ଭ ୨୦୧୫ରେ ହୋଇଥିଲା। ଚେନ୍ନାଇର ଜଣେ ପ୍ରସିଦ୍ଧ ଇଟିଲି କ୍ୟାଟରର୍ ଏବଂ ଉଦ୍ୟୋଗୀ ଏନିୟାଭାନ୍ ଏହାର ପ୍ରସ୍ତାବକ। ସେ ଇଟିଲିର ବିଭିନ୍ନ ପ୍ରକାର ଏବଂ ନବତ୍କାର ପାଇଁ ପରିଚିତ ଏବଂ ଏକ ବିରାଟ ୪୪ କିଲୋଗ୍ରାମ୍ ଇଟିଲି ତିଆରି କରି ଏହି ଦିନକୁ ଆରମ୍ଭ କରିଥିଲେ। ପରେ ସମାୟଲ୍ ସଙ୍ଗମ୍ ରାଜାମଣି ଏହାକୁ ବିଶ୍ୱ ଇଟିଲି ଦିବସ ରୂପେ ଘୋଷଣା କରିଥିଲେ। ଏନିୟାଭାନ୍ ପ୍ରାୟ ୧୩୨୮ ପ୍ରକାରର ଇଟିଲି ତିଆରି କରିଛନ୍ତି ଏବଂ ଇଟିଲିର ସ୍ୱାଦ, ପୁଷ୍ଟିକର ଗୁଣକୁ ପ୍ରଚାର କରିବାରେ ସକ୍ରିୟ ରହିଛନ୍ତି। ଇଟିଲି ଦକ୍ଷିଣ ଭାରତର ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା, ଓଡିଶା ଆଦି ଏକ ପାରମ୍ପରିକ ଜଳଖିଆ ହେଲେ ଆଜି ସାରା ଭାରତ ଏବଂ ବିଶ୍ୱରେ ଲୋକପ୍ରିୟ ହୋଇପାରିଛି। ଇଟିଲି ସାଧାରଣତଃ ସ୍ଥାନ କାଳ ପାତ୍ର ଅନୁସାରେ ଉଷୁନା ଚାଉଳ, ଅରୁଆ ଚାଉଳ ଓ ମାଣ୍ଡିଆ ରୁ ପ୍ରସ୍ତୁତ କରାଯାଇଥାଏ। ଏହା ପୃଷ୍ଟିକର ସହଜରେ ହଜମ ହେଉଥିବା ଏବଂ ପ୍ରୋଟିନ ଯୁକ୍ତ ଜଳଖିଆ ଅଟେ। ଇଟିଲି ଦିବସର ଉଦ୍ଦେଶ୍ୟ ହେଉଛି ବିଶ୍ଵରେ ଏହି ସରଳ ଓ ସ୍ୱାସ୍ଥ୍ୟକର ଖାଦ୍ୟକୁ ଲୋକ ପ୍ରିୟ କରିବା।