ଆଜି ଦେଶର ସମସ୍ତ ଏୟାରପୋର୍ଟରେ ପାଳନ ହେଉଛି ଯାତ୍ରୀ ଦିବସ

ଭୁବନେଶ୍ୱର (ରାଜ୍ୟ କାହାଣୀ)ପାର୍ବଣ ଋତୁରେ ଯାତ୍ରୀଙ୍କୁ ସୁଗମ ଯାତ୍ରା ଅନୁଭବ ପ୍ରଦାନ କରିବା ଏବଂ ବର୍ଦ୍ଧିତ ଯାତ୍ରୀ ଭିଡ଼କୁ ପରିଚାଳନା କରିବା ପାଇଁ ରେଳବାଇ ନୂତନ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ପ୍ରଚଳନ କରିବାକୁ ଘୋଷଣା କରିଛି।ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଆଜି ପ୍ରଥମ ବିମାନ ବିମାନବନ୍ଦରରେ ପହଞ୍ଚିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ। ଯାତ୍ରୀମାନେ ବିମାନବନ୍ଦରରେ ଓହ୍ଲେଇବେ। ଏହା ପରେ ପ୍ରଥମେ ଟୀକା ଲଗାଯିବ। ପରେ ସମ୍ବଲପୁରୀ ନୃତ୍ୟ ସହ ସେମାନଙ୍କୁ ସ୍ୱାଗତ କରାଯିବ।ଏହା ସହ ବୃକ୍ଷ ରୋପଣ, ବୟସ୍କ ଯାତ୍ରୀଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ, ହେଲଥ କ୍ୟାମ୍ପ, ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କ ପାଇଁ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯିବ । ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଏୟାରପୋର୍ଟ ଡିରେକ୍ଟର ।

You might also like