ଆଜିଠୁ ଆଉ କାମ କରିବନି mAadhaaar ! ଆସିଲା ହାଇଟେକ୍ Aadhaar App
UIDAI ଏକ ବଡ଼ ନିଷ୍ପତ୍ତି ନେଇଛି ଏବଂ ଆଜିଠାରୁ mAadhaar ଆପ୍ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରିଛି । ସରକାର mAadhaar ଆପ୍ ସ୍ଥାନରେ ଏକ ସମ୍ପୂର୍ଣ୍ଣ ନୂତନ ଏବଂ ହାଇଟେକ୍ ଆଧାର ଆପ୍ ଲଞ୍ଚ କରିଛନ୍ତି ।
ଆଧାରର ନୂଆ ଆପ୍କୁ Apple ୟୁଜର୍ସମାନେ App Store ରୁ ଡାଉନଲୋଡ୍ କରିପାରିବେ ଏବଂ Android ୟୁଜର୍ସମାନେ Google Play Store ରୁ ଏହାକୁ ଡାଉନଲୋଡ୍ କରିପାରିବେ । କୌଣସି ଆପ୍ ଡାଉନଲୋଡ୍ କରିବା ସମୟରେ ଭଲ ଭାବେ ଦେଖନ୍ତୁ ଯେ ପବ୍ଲିସର୍ ଓ ଡେଭଲପରଙ୍କ ନାମ ସ୍ଥାନରେ UIDAI ରହିଛି । କାରଣ ଆଧାର ନାମ ବ୍ୟବହାର କରି ଆପ୍ ଏବଂ ପ୍ଲେ ଷ୍ଟୋରରେ ଅନେକ ନକଲି ଆପ୍ ଉପଲବ୍ଧ ।ଏହି ନୂତନ ଆପ୍ରେ ଅନେକ ନୂଆ ଫିଚର୍ସ ରହିଛି, ଯାହା ଏହାକୁ ପୂର୍ବ ଅପେକ୍ଷା ଅଧିକ ଉନ୍ନତ ଏବଂ ସୁରକ୍ଷିତ କରିଥାଏ । UIDAI ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ନୂତନ ଆପ୍ ଡାଉନଲୋଡ୍ କରିବା ବିଷୟରେ ସୂଚନା ମଧ୍ୟ ପ୍ରଦାନ କରିଛି ।