ଅନୁଗୁଳ ପାଲଲହଡ଼ାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ, ଜଣଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଓଡ଼ିଶାରେ ସ୍କ୍ରବ ଟାଇଫସ୍ ଆତଙ୍କ । ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା । ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ପବିତ୍ରପୁର ପଞ୍ଚାୟତରେ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ ସୁମନ୍ତ ସେଠୀ ବୋଲି ଜଣାପଡ଼ିଛି ।ପ୍ରାରମ୍ଭରେ ତାଙ୍କର ଜ୍ୱର, ମୁଣ୍ଡବିନ୍ଧା ଏବଂ ଦେହହାତ ବିନ୍ଧିବା ଭଳି ଲକ୍ଷଣ ଦେଖାଦେଇଥିଲା । ପରବର୍ତ୍ତୀ ସମୟରେ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ସେ ସଂକ୍ରମିତ ଚିଗର୍ ନାମ କୀଟ କାମୁଡ଼ିବା କାରଣରୁ ସ୍କ୍ରବ ଟାଇଫସ୍ ସଂକ୍ରମଣର ଶିକାର ହୋଇଥିଲେ । ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଦଶରୁ ଅଧିକ ଲୋକଙ୍କୁ ଚିକିତ୍ସା ନିମନ୍ତେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସ୍ଥିତି ଅନୁଧ୍ୟାନ ପାଇଁ ଗାଁରେ ପହଞ୍ଚିଲା ୫ ଜଣିଆ ବିଶେଷଜ୍ଞ ମେଡିକାଲ ଟିମ୍ । ସମସ୍ତ ଜ୍ୱର ପୀଡ଼ିତଙ୍କ ରକ୍ତ ନମୁନା ସଂଗ୍ରହ ସହ ଚାଲିଛି ଯାଞ୍ଚ ।ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ସଠିକ୍ ଔଷଧ ଦିଆଯାଉଛି।

You might also like