ଅନଲାଇନ୍ ଗେମ୍ ନେଲା ଜୀବନ । ଝୁଲିପଡ଼ିଲେ ନର୍ସିଂ ଛାତ୍ର

ବାଲେଶ୍ବରରେ ଜଣେ ନର୍ସିଂ ଛାତ୍ର ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତ ଛାତ୍ର ୨୦ ବର୍ଷୀୟ ରୋମିଓ ରଞ୍ଜନ ସାମଲ। ସେ BSC ନର୍ସିଂ ପଢୁଥିଲେ ।ଘରେ କେହି ନଥିବା ବେଳେ ଫ୍ୟାନରେ ବେଡସିଟ ବାନ୍ଧି ଝୁଲିପଡ଼ି ସେ ଆତ୍ମହତ୍ୟା କରିଛନ୍ତି।ବାପା ମୃତୁଞ୍ଜୟ ସାମଲ ହସ୍ପିଟାଲ କର୍ମଚାରୀ ହୋଇଥିବା ବେଳେ ରୋମିଓ ତାଙ୍କର ଏକମାତ୍ର ପୁଅ । ସର୍ଜରୀ ଓଟିରେ ପ୍ରାକ୍ଟିକାଲ ଡ୍ୟୁଟି ଥିବା ବେଳେ ଏହା ପୂର୍ବରୁ ସେ ଆତ୍ମହତ୍ୟା କରିଛନ୍ତି । ଏକ ମାତ୍ର ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି । ତେବେ ଯୁବକ ଜଣକ ଅନ ଲାଇନ୍ ଗେମ୍ ଖେଳି ଅର୍ଥ ହରାଇ ଜୀବନ ହାରିଛନ୍ତି ନା ଆଉ କଣ କାରଣ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

You might also like