Browsing Category

ରାଜନୀତି

ଏଡିଆର ରିର୍ପୋଟ ଅନୁଯାୟୀ ସବୁଠୁ ଧନୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ଗରିବ ମୁଖ୍ୟମନ୍ତ୍ରୀ ମମତା 

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ହେଉଛନ୍ତି ଭାରତର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ। ତାଙ୍କର ୯୩୧ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେହିପରି ମାତ୍ର ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ

‘ଚଳିତ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ’ -ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର(ରାଜ୍ୟକାହାଣୀ) କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆରମ୍ଭ ହୋଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୯ତମ ରାଜ୍ୟ ଅଧିବେଶନ । ଏହି ଅଧିବେଶନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନ ଉପରେ

୨୦୨୩-୨୪ ବିଜେପିକୁ ସର୍ବାଧିକ ନିର୍ବାଚନୀ ଚାନ୍ଦା

ଆର୍ଥିକ ବର୍ଷରେ ବିଜେପି ମାଲେମାଲ । ଚିଳିତ ବର୍ଷ ଭାରତୀୟ ଜନତା ପାର୍ଟିକୁ ସର୍ବାଧିକ ନିର୍ବାଚନୀ ଚାନ୍ଦା ମିଳିଛି । ୨୦୨୩-୨୦୨୪ ଆର୍ଥିକ ବର୍ଷରେ ସାଧାରଣ ଲୋକ, ଟ୍ରଷ୍ଟ ଏବଂ କର୍ପୋରେଟରୁ ୨,୨୪୪ କୋଟି ଟଙ୍କା ପ୍ରାପ୍ତ ହୋଇଛି । ୨୦୨୨-୨୦୨୩ ଆର୍ଥିକ ବର୍ଷରେ ମିଳିଥିବା ଚାନ୍ଦାଠାରୁ ଏହା

ନବୀନ ପଟ୍ଟନାୟକ ଭାରତ ରତ୍ନ ପାଇବା ଉଚିତ୍ -ଗିରିରାଜ ସିଂ । 

ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ସେ କହିଛନ୍ତି ନୀତୀଶ କୁମାର ଓ ନବୀନଙ୍କୁ ‘ଭାରତ ରତ୍ନ’ ମିଳୁ । ପୂର୍ବରୁ ଏହି ଦାବି ହେଉଥିଲା ବେଳେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା କେନ୍ଦ୍ର ମନ୍ତ୍ରୀ

କାହିଁକି ଅପ୍ରତ୍ୟାଶିତ ଭାବେ ଇସ୍ତଫା ଦେଲେ ରାଜ୍ୟପାଳ ରଘୁବର ଦାସ ।

ଭୁବନେଶ୍ୱର(ରାଜ୍ୟକାହାଣୀ) ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ତାଙ୍କ ସ୍ଥାନରେ ହରି ବାବୁ କମ୍ଭମପତି ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଛନ୍ତି। ରଘୁବରଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଦୌପଦୀ ମୂର୍ମୁଙ୍କ ପାଖକୁ ପାଖକୁ ପଠାଇଛନ୍ତି। ତେବେ ରଘୁବରଙ୍କ ଇସ୍ତଫା ପରେ ଓଡ଼ିଶା

ଠେଲାପେଲା ଘଟଣାରେ ରାହୁଲଙ୍କ ବିରୋଧରେ ମାମଲା

ଲୋକସଭାର ବିରୋଧୀ ଦଳ ନେତାଙ୍କ ବିରୋଧରେ ଥାନାରେ ଏତଲା । ବିଜେପି ତରଫରୁ ଗୁରୁବାର ଦିନ ସଂସଦ ମାର୍ଗରେ ଥିବା ଥାନାରେ ଏତଲା ହୋଇଛି । ସଂସଦ ପରିସରରେ ପ୍ରତାପ ଷଡଙ୍ଗୀଙ୍କୁ ରାହୁଲ ଗାନ୍ଧୀ ଧକ୍କା ମାରି ପକାଇଦେବା ମାମଲାରେ ବିଜେପି ଥାନାରେ ଲିଖିତ ଅଭିଯୋଗ କରିଛି । ବିଜେପିର ସାଂସଦ ବାଂସୁରୀ

ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି ରେଡ୍ ।

ଭୁବନେଶ୍ୱର(ରାଜ୍ୟକାହାଣୀ) ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ପକ୍ଷରୁ ବୁଧବାର ଚଢାଉ କରାଯାଇଛି। ୨୩୧ କୋଟି ଠକେଇ ଅଭିଯୋଗରେ ବଡ଼ଧରଣର ଇଡି ରେଡ ହୋଇଛି। ବିଶ୍ବ NGOର ଫାଉଣ୍ଡର ହେଉଛନ୍ତି ପ୍ରମିଳାଙ୍କ ଭାଇ । ଏକାଧିକ ବ୍ୟାଙ୍କରୁ ଟଙ୍କା

ୱାନ୍‌ ନେସନ୍‌ ୱାନ୍‌ ଇଲେକ୍‌ସନ୍‌ ବିଲ୍‌ ଲୋକସଭାରେ ଆଗତ

ବହୁ ଚର୍ଚ୍ଚା ଏବଂ ଆଲୋଚନା ପରେ ଆଜି ପରିଶେଷରେ ଲୋକସଭାରେ ଆଗତ ହୋଇଛି ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ’ ବିଲ୍ । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ୍ ରାମ୍ ମେଘଓ୍ବାଲା ଆଗଜି ଲୋକସଭାରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ

ବିଗିଡିଲା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟାବସ୍ଥା

ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହି କାରଣରୁ ତାଙ୍କୁ ଆଜି ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି।ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଆଡଭାନୀଙ୍କ ଚିକିତ୍ସା

ଅତି ପ୍ରିୟ ଓ ପରିଚିତ ପ୍ରାର୍ଥନାକୁ କଦର୍ଥ କରି ସାଂସଦ ମୁନ୍ନା ଖାଁ ଅଡ଼ୁଆରେ

ଭୁବନେଶ୍ୱର(ରାଜ୍ୟକାହାଣୀ) ଅଡୁଆରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ। କଟକ ଜିଲ୍ଲା ଓଲଟପୁର ଥାନାରେ ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ ପକ୍ଷରୁ ମୁନ୍ନା ଖାଁଙ୍କ ନାଁରେ ଏତଲା ଦିଆଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦର ପ୍ରତିଷ୍ଠାତା ତଥା ରାମକୃଷ୍ଣ ନନ୍ଦଙ୍କ ନାତି ପ୍ରକାଶ ନନ୍ଦ