ଏହି ସ୍ଥାନରେ ଲ୍ୟାଣ୍ଡଫଲ୍‌ କରିବ ‘ଦାନା’! 

ଭୁବନେଶ୍ୱର(ରାଜ୍ୟକାହାଣୀ)ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ‘ଦାନା’ର ରୂପ ନେବ। ଏହା କ୍ରମଶଃ ବଳ ଗୋଟାଇ ୨୪ ତାରିଖ ସକାଳ ସୁଦ୍ଧା ଉଗ୍ରରୂପ ଧାରଣ କରିପାରେ। ତେବେ ବାତ୍ୟା ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ କରିପାରେ ବୋଳି ପାଣିପାଗ

ଷ୍ଟୋନ୍‌‌ ଅପରେସନ ବେଳେ ବାହାର କରିଦେଲେ କିଡନୀ

ତେଲେଙ୍ଗାନାର କରିମନଗର ଜିଲାର ଏକ ହସ୍ପିଟାଲରେ ଜଣେ ରୋଗୀ ତାଙ୍କ ପେଟରେ ଷ୍ଟୋନ ହୋଇଥିବାରୁ ଚିକିତ୍ସା ପାଇଁ ଆସିଥିଲେ। ହେଲେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ଷ୍ଟୋନ ଅପରେସନ ବଦଳରେ କିଡନୀ ବାହାର କରି ଦେଇଥିବା ଅଭିଯୋଗ ହୋଇଛି। ଡାକ୍ତରଙ୍କ ଅବହେଳାକୁ ବିରୋଧ କରି ରୋଗୀ ଜଣଙ୍କ

ଲଗାତାର ବୃଦ୍ଧି ପାଉଛି ସୁନା ଓ ରୂପା ଦର

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨, ହଜାର ୯୯୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୯ ହଜାର ୬୩୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୨,୯୯୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୯,୬୩୦

ଗର୍ଭବତୀଙ୍କୁ ପୁଲିସର ଦୁର୍ବ୍ୟବହାର, ଏସପିଙ୍କ ନିକଟରେ ପୋଲିସ ନାଁରେ ଆକ୍ରୋଶମୂଳକ ଅଭିଯୋଗ 

ଭୁବନେଶ୍ୱର(ରାଜ୍ୟକାହାଣୀ) ରାୟଗଡ଼ାରେ ଗତ ୧୭ ତାରିଖ ରାତିରେ ଜୁଆ ଆଡ୍ଡା ଚଢ଼ାଉ ପାଇଁ ଯାଇ ପୁଲିସ ଜଣେ ଗର୍ଭବତୀ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମଙ୍ଗଳବାର ଜଣେ ମହିଳା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ରାୟଗଡ଼ା ସହର ବ୍ରାହ୍ମଣ ସାହିର ସୁନୀଲ ପାଢ଼ୀଙ୍କ ପତ୍ନୀ ଶ୍ରାବଣୀ

ସମଲିଙ୍ଗୀ ସମ୍ପର୍କରେ ୨କଏଦୀ

ଭୁବନେଶ୍ୱର(ରାଜ୍ୟକାହାଣୀ) କଳାହାଣ୍ଡି ମ.ରାମପୁର ଉପକାରାଗାରରୁ ପଦାକୁ ଆସିଛି ଏକ ଅସ୍ବାଭାବିକ ଓ ଅଭାବନୀୟ ଘଟଣା। ୨ ବିଚାରାଧୀନ ପୁରୁଷ କଏଦୀ ସମଲିଙ୍ଗୀ ସମ୍ପର୍କରେ ଥିବା ଜଣାପଡ଼ିବା ପରେ ତନାଘନା ଆରମ୍ଭ ହୋଇଛି। ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶକ୍ରମେ ୨କଏଦୀଙ୍କୁ ଅଲଗା ଅଲଗା ଜେଲ୍‌କୁ

ଗେରୁଆ ହେଲା BSNL Logo : ଏବେ ମହଙ୍ଗା ହେବନି ରିଚାର୍ଜ 

ସରକାରୀ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ମଙ୍ଗଳବାର ଦିନ ସିମ୍ କିଓସ୍କ ସମେତ ୭ ଟି ନୂଆ ସେବା ଆରମ୍ଭ କରିଛି। ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ସେବା ଆରମ୍ଭ କରିଛନ୍ତି। ଏଥିସହିତ ବିଏସଏନଲର ଗେରୁଆକରଣ ମଧ୍ୟ କରାଯାଇଛି। ଲୋଗରେ ଗେରୁଆ ରଙ୍ଗ ବଦଳାଇ

JPC ବୈଠକରେ ବୋତଲ ଭାଙ୍ଗିଥିବା ସାଂସଦଙ୍କ ଉପରେ ଆକ୍ସନ

ୱାକଫ୍ ବିଲ୍ ଉପରେ ସଂଯୁକ୍ତ ସଂସଦୀୟ ସମିତି (ଜେପିସି)ର ବୈଠକରେ ଟିଏମସି ନେତା ତଥା ପଶ୍ଚିମବଙ୍ଗର ଶ୍ରୀରାମପୁରରୁ ସାଂସଦ କଲ୍ୟାଣ ବାନାର୍ଜୀ ଏବଂ ବିଜେପି ନେତା ଅଭିଜିତ୍ ଗଙ୍ଗୋପାଧ୍ୟାୟଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ହଙ୍ଗମା ହୋଇଥିଲା । ଏହି ସମୟରେ କଲ୍ୟାଣ ବାନାର୍ଜୀ ରାଗରେ କାଚ

ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ପୁରସ୍କୃତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର(ରାଜ୍ୟକାହାଣୀ) ଶ୍ରେଷ୍ଠ ରାଜ୍ୟ ବର୍ଗରେ ଓଡ଼ିଶାକୁ ପ୍ରଥମ ଓ ଉତ୍ତରପ୍ରଦେଶକୁ ଦ୍ବିତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଗୁଜରାଟ ଓ ପୁଡୁଚେରୀ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶଂସାପତ୍ର ଓ ଟ୍ରଫି ସହ ନିର୍ଦ୍ଦିଷ୍ଟ

ସମ୍ଭାବ୍ୟ ବାତ୍ୟା ଯୋଗୁଁ ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ

ଭୁବନେଶ୍ୱର(ରାଜ୍ୟକାହାଣୀ) ବାତ୍ୟାକୁ ଦୃଷ୍ଟିରେ ରଖି ଐତିହ୍ୟ କୀର୍ତ୍ତିରାଜି ଗୁଡ଼ିକର ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ଏଏସଆଇ। ପୁରୀ, କଟକ, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାରେ ଥିବା ସମସ୍ତ ଐତିହ୍ୟ କୀର୍ତ୍ତିରାଜିର ଯେଭଳି ବାତ୍ୟାରେ କୌଣସି କ୍ଷତି ନହୁଏ ସେନେଇ ଏଏସଆଇ ପକ୍ଷରୁ

ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଋତୁସ୍ରାବ ପାଇଁ ଏବେ ଦିନେ ନୁହେଁଁ ମିଳିବ ୧୨ଦିନ ଛୁଟି। ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି ୧୨ ଦିନକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ମହିଳା କର୍ମଚାରୀମାନେ ଏହି