ଆଜିଠାରୁ ଶିମିଳିପାଳ ଜଗିବେ ପୁଲିସ ଫୋର୍ସ। 

ଭୁବନେଶ୍ୱର(ରାଜ୍ୟକାହାଣୀ) ବନ୍ୟଜନ୍ତୁ ଶିକାରୀମାନଙ୍କ ଘୃଣ୍ୟ କାର୍ଯ୍ୟରେ ଅଙ୍କୁଶ ଲଗାଇବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏଥର ଶିମିଳିପାଳ ଅଭୟାରଣ୍ୟରୁ ବାଘ, ହାତୀ ଶିକାର କଲେ ଆଉ ନିସ୍ତାର ମିଳିବ ନାହିଁ। ବନ ବିଭାଗ ଓ ପୁଲିସର ମିଳିତ ସହଯୋଗରେ ସ୍ପେଶାଲ ଟାକ୍ସ ଫୋର୍ସ

ସହଦେଵ ନାୟକ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କ ଘର ଭାଙ୍ଗିବ କମିଶନରେଟ ପୋଲିସ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ଭୁବନେଶ୍ୱର ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସର ଯୋଜନା । ହତ୍ୟା ଅଭିଯୁକ୍ତଙ୍କ ଘର ଭାଙ୍ଗିବ କମିଶନରେଟ ପୋଲିସ । ବସ୍ତିରେ ରହି ନିଶା କାରବାର କରିବା ସହ ଅପରାଧ ଘଟାଉଥିଲେ ଅଭିଯୁକ୍ତ ।

ସାଇକେଲରେ ମାଲକାନଗିରିରୁ ପ୍ରୟାଗରାଜ ଯାତ୍ରା

ଭୁବନେଶ୍ୱର(ରାଜ୍ୟକାହାଣୀ) ସନାତନ ଧର୍ମର ପ୍ରଚାର ପାଇଁ ଏକ ପ୍ରୟାସ କରୁଛନ୍ତି ମାଲକାନଗିରି ସହରର ସମାଜସେବୀ ଦିନେଶ ପଟ୍ଟନାୟକ। ହିନ୍ଦୁ ଧର୍ମର ନୀତି ଆଦର୍ଶକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସେ ମାଲକାନଗିରିରୁ ପ୍ରୟାଗରାଜକୁ ସାଇକେଲରେ ଯାତ୍ରା ଆରମ୍ଭ କରିଛନ୍ତି।ଦୀର୍ଘ ୧୧୦୦

ଆସିଲା ସିସିଟିଭି ଫୁଟେଜ,ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ସନ୍ଦିଗ୍ଧ ଚିହ୍ନଟ

ଗୁରୁବାର ମୁମ୍ବାଇ ପୋଲିସ କହିଛି ଯେ ଅଭିନେତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ଚୋରି କରିବା ଉଦ୍ଦେଶ୍ୟରେ ଅଗ୍ନି ନିର୍ଗମନ ସିଡ଼ି ଦେଇ ଘରେ ପ୍ରବେଶ କରିଥିଲେ ଏବଂ ଅନେକ ସମୟ ସେଠାରେ ରହିଥିଲେ। ସୈଫ୍ ତାଙ୍କ ପରିବାର ସହିତ ରହୁଥିବା ୧୨ ନମ୍ବର ମହଲାର ସେହି କୋଠାର ସିସିଟିଭି ଫୁଟେଜରେ

ଆସନ୍ତାକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନ ।

ଭୁବନେଶ୍ୱର(ରାଜ୍ୟକାହାଣୀ) ଆସନ୍ତାକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନ । କାଲି ଦିନ ୧୧.୪୫ ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ଅପରାହ୍ନ ୨ ଟାରେ ସିଙ୍ଗାପୁର ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର

ଶ୍ବଶୁର ଘରେ ଜ୍ବାଇଁକୁ ଛୁରୀ ଭୁସି ହତ୍ୟା କଲେ ଶାଶୁଘର ଲୋକେ !

ଭୁବନେଶ୍ୱର(ରାଜ୍ୟକାହାଣୀ) ବରଗଡ଼ରେ ବିଭତ୍ସ ହତ୍ୟା । ଜ୍ବାଇଁକୁ ଛୁରାମାଡ କଲେ ଶ୍ବଶୁର ଘର ଲୋକେ । ଏନେଇ ଥାନାରେ ଅଭିଯୋଗ ହୋଇଛି ।ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ପାଇକମାଲର ନରସିଂହ ପଡାରୁ ସାମ୍ନାକୁ ଆସିଛି ଏହି ଦୁଃଖଦ ଘଟଣା । ମୃତ ଯୁବକ ହେଲେ ଗୋବିନ୍ଦ ପ୍ରଧାନ । ସେ ଶ୍ବଶୁର ଘର

ବଦଳିଲା ସିମ୍ କାର୍ଡ କିଣିବା ନିୟମ

ନୂଆ ସିମ୍‌ କାର୍ଡ କିଣିବାକୁ ବିଚାର କରୁଥିଲେ କିମ୍ବା ମୋବାଇଲ ନମ୍ବରକୁ ପୋର୍ଟ କରିବାକୁ ଚାହୁଁଥିଲେ, ତେବେ କିଛି ନୂଆ ନିୟମ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ । ନୂଆ ସିମ୍ କାର୍ଡ ପାଇଁ ନୂତନ ନିୟମ ଆଣିଛନ୍ତି କେନ୍ଦ୍ର ସରକାର । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ

ପଦ୍ମ ବିଜେତାଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟ ସରକାର ଗୁରୁବାର ପଦ୍ମ ବିଜେତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପଦ୍ମ ପୁରସ୍କାର ବିଜେତାଙ୍କୁ ରାଜ୍ୟ ସରକାର ମାସିକ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବେ। ଏନେଇ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର: ୮ମ ବେତନ କମିଶନକୁ କ୍ୟାବିନେଟ ମଞ୍ଜୁରୀ

କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ ଗୁରୁବାର ଅଷ୍ଟମ ବେତନ ଆୟୋଗକୁ ଅନୁମୋଦନ କରିଛି। ଏହା ଫଳରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବଢିବାର ରାସ୍ତା ପରିଷ୍କାର ହୋଇଛି ।କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଷ୍ପତ୍ତି ବାବଦରେ ସୂଚନା

ସ୍ବାମୀଙ୍କ ଦେହ ଖରାପ ଦର୍ଶାଇ ମାଗିଲେ ଜାମିନ୍: ହଂସିତା

ଭୁବନେଶ୍ୱର(ରାଜ୍ୟକାହାଣୀ) ମୋ ସ୍ୱାମୀ ସରୋଜ ସାହୁ। ତାଙ୍କ ଦେହ ଖରାପ ଅଛି। ମୁଁ ତାଙ୍କର ଦେଖାଶୁଣା କରିବି। ତେଣୁ ମତେ ଜାମିନ ମିଳୁ। କିଛି ଏହିଭଳି ଲେଖି ଅନ୍ତରୀଣ ଜାମିନ ପାଇଁ ହଂସିତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଛି ଓ ଅତିରିକ୍ତ ଜିଲ୍ଲା ଦୌରାଜଜ ୨ କୋର୍ଟରେ ଏହିଭଳି