ବାତ୍ୟା କ୍ଷୟକ୍ଷତିରେ କେଉଁ ଚାଷୀଙ୍କୁ କେତେ ସହାୟତା ରାଶି ମିଳିବ

ଭୁବନେଶ୍ୱର(ରାଜ୍ୟକାହାଣୀ)  ବାତ୍ୟା ଛଡାଇନେଲା ବର୍ଷକର ଦାନା ପାଣି । ବାତ୍ୟା ପରେ ପ୍ରାଥମିକ ରିପୋର୍ଟ ଅନୁଯାୟୀ ୧ ଲକ୍ଷ ୭୫ହଜାର ଏକର ଫସଲ କ୍ଷୟକ୍ଷତି ହୋଇଛି। କେନ୍ଦ୍ରାପଡ଼ାରେ ୨୩ ହଜାର, ଭଦ୍ରକରେ ୨୪ ହଜାର ୧୧୫ ହେକ୍ଟର, ବାଲେଶ୍ବରରେ ୩୧୪୦ ହେକ୍ଟର , ମୟୂରଭଞ୍ଜରେ ୨୩୮୧ , ଯାଜପୁରରେ ୨୭୦୯ ହେକ୍ଟର ଓ ଜଗତସିଂହପୁରରେ ୨୪୯୮ ଜମିରେ ଫସଲ ନଷ୍ଟ ହୋଇଛି ।ସର୍ବାଧିକ କ୍ଷତି ରାଜକନିକା, ଆଳି ଓ ମହାକାଳପଡ଼ାରେ ହୋଇଛି। ବାସୁଦେବପୁର, ଚାନ୍ଦବାଲି ଓ ଭଣ୍ଡାରିପୋଖରିରେ ମଧ୍ୟ କ୍ଷତି ହୋଇଛି।

କେଉଁ ଚାଷୀଙ୍କୁ କେତେ ସହାୟତା ରାଶି ମିଳିବ

ପ୍ଲାଣ୍ଟେସନ ଚାଷ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ଟଙ୍କା ମିଳିବ ।

ଆଗ୍ରୋ ଫରେଷ୍ଟ  ପ୍ଲାଣ୍ଟେସନ ଚାଷୀଙ୍କୁ ସର୍ୱନିମ୍ନ ୨୫୦୦ ଟଙ୍କା ମିଳିବ ।

ଅଧା ଚାଷ ଜମି ନଷ୍ଟ ହୋଇଥିଲେ ୪୨୦୦  ଟଙ୍କା ମିଳିବ ।

ଅଳ୍ପ କିଛି ୭କ୍ଷୟକ୍ଷତି ହୋଇଥିଲେ  ଚାଷୀଙ୍କୁ ମିଳିବ ସର୍ୱନିମ୍ନ ୧୦୦୦ ଟଙ୍କା ।

ଜଳସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ ୧୭୦୦୦ ଟଙ୍କା ମିଳିବ । ସେହି ଜମିରେ  ଛୋଟ ଚାଷୀଙ୍କୁ ସର୍ୱନିମ୍ନ ୨୦୦୦ ଟଙ୍କା ମିଳିବ  ।

Leave A Reply

Your email address will not be published.

18 − three =