ଭୁବନେଶ୍ୱର(ରାଜ୍ୟକାହାଣୀ) ୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବିତ କଲେ ସରକାର। ନିଲମ୍ବିତ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଲୋକଙ୍କୁ କାଟୁ କଥା କହି ୪ ନିଲମ୍ବିତ । ବାତ୍ୟା ସମୟରେ କାର୍ଯ୍ୟ ଅବହେଳା ପାଇଁ ୪ ନିଲମ୍ବିତ । ଏହା ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ ଭଲ କାର୍ଯ୍ୟ ପାଇଁ ପୁରସ୍କୃତ କରାଯିବ । ଆଜି ଏରିୟଲ ସର୍ଭେ କରାଯିବ । ଲୋକଙ୍କୁ ଥଇଥାନ କରିବା କାମରେ ଲାଗିବୁ । କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳ ଓ ୪ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ୨ଟି ଟାୱାର ନଷ୍ଟ ହୋଇଛି। ୭ ଦିନ ମଧ୍ୟରେ ଆସିବ ଚୁଡାନ୍ତ ରିପୋର୍ଟ । ସର୍ଭେ ପାଇଁ କେନ୍ଦ୍ରରୁ ଟିମ ଆସିବେ । ୨୨ ଲକ୍ଷ ଲୋକଙ୍କୁ ବିଜୁଳି ସଂଯୋଗ ସରିଲାଣି। ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସଂଯୋଗ ସମ୍ପୂର୍ଣ୍ଣ ହେବ।। ୭ ଦିନ ପର୍ଯ୍ୟନ୍ତ ରିଲିଫ ସେଣ୍ଟରରେ ଲୋକ ରହିବା ପାଇଁ ବ୍ୟବସ୍ଥା ହୋଇଛି । ପଶୁ ମାନଙ୍କୁ ଭ୍ୟାକସିନ୍ ପାଇଁ ବ୍ୟବସ୍ଥା ହୋଇଛି । ବନ୍ୟା ପାଇଁ ମୟୁରଭଞ୍ଜ ବୁଢାବଳଙ୍ଗକୁ ନଜରରେ ରଖିଛୁ ବୋଲି ମନ୍ତ୍ରୀ କହିଛନ୍ତି ।