କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ବିଭିନ୍ନ ଔଷଧର ଗୁଣବତ୍ତା ନେଇ ସେପ୍ଟେମ୍ବର ମାସର ରିପୋର୍ଟ ଜାରି କରିଛି । ଏହି ମାନକ ପରୀକ୍ଷାରେ ୪୯ଟି ମେଡିସିନ୍ ଫେଲ୍ ମାରିଛି । ଏଥିରେ କ୍ୟାଲସିୟମ୍, ଭିଟାମିନ୍ ଡି-୩ ସମେତ କଫ୍ ସିରପ୍, ମଲ୍ଟିଭିଟାମିନ୍ ଏବଂ ଆଣ୍ଟି ଏଲର୍ଜି ଔଷଧ ସାମିଲ୍ ରହିଛି । ସବୁଠୁ ଚିନ୍ତାର ବିଷୟ ଯେ, ସାଧାରଣତଃ ଡାକ୍ତରମାନେ ଯେଉଁ ସବୁ ମେଡିସିନକୁ ସମାନ୍ୟ ରୋଗୀ ପାଇଁ ଲେଖିଥାନ୍ତି ସେହି ସବୁ ଔଷଧ CDSCO ଗୁଣବତ୍ତା ପରୀକ୍ଷାରେ ଫେଲ୍ ମାରିଛି । ୩ହଜାର ଔଷଧର ପରୀକ୍ଷଣ କରାଯାଇଥିବା ବେଳେ ନିର୍ଦ୍ଦିଷ୍ଟ ବ୍ୟାଚର କିଛି ଔଷଧ ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି । ଡିସିଜିଆଇଙ୍କ ସୂଚନା ଅନୁଯାୟୀ ପରୀକ୍ଷା କରାଯାଇଥିବା ଔଷଧରୁ ମାତ୍ର ୧ପ୍ରତିଶତ ଔଷଧ ମାନ ପରୀକ୍ଷଣରେ ବିଫଳ ହୋଇଛି । ସିଡିଏସସିଓର ସେପ୍ଟେମ୍ବର ତାଲିକାରେ ଓମରିନ ଡି କ୍ୟାପସୁଲ, ନିମେସୁଲାଇଡ୍ + ପାରାସିଟାମଲ୍, କ୍ୟାଲସିୟମ୍ 500, ଭିଟାମିନ୍ ଡି-୩, ପେଣ୍ଟାପ୍ରିଜୋଲ୍, ପାରାସିଟାମଲ ପେଡିଆଟ୍ରିକ୍ ଓରାଲ୍ ସେସ୍ପେଶନ, ଏସିକ୍ଲୋଫେନାକ, ସେଟ୍ରେଜିନ୍ ସିରପ୍ ଆଦି ଔଷଧ ମାନକ ପରୀକ୍ଷା ଫେଲ୍ ମାରିଛି । ଏହି ମେଡିସିନରୁ ସାଧାରଣତଃ ଲୋକେ ଜ୍ବର, ଥଣ୍ଡା, କାଶ ପାଇଁ ବ୍ୟବହାର କରିଥାନ୍ତି ।