ଭୁବନେଶ୍ୱର(ରାଜ୍ୟକାହାଣୀ)ବାତ୍ୟା ଦାନା ପ୍ରଭାବରେ ଲଗାଣ ବର୍ଷା । ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵର ମନ୍ଦିରରେ ଆଣ୍ଠୁଏ ଉଚ୍ଚାରେ ପାଣି । ପୂଜା ମଣ୍ଡପରେ ଝରଣା ପାଣି ଚାଲିଥିବା ଦେଖାଯାଇଛି । ବାତ୍ୟା ‘ଦାନା’ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥିବା ବେଳେ ବାଲେଶ୍ବର ଜିଲ୍ଲାରେ ମଧ୍ୟ ତୁହାକୁ ତୁହା ବର୍ଷା ଲାଗି ରହିଛି । ଦେବଗିରି ପାହାଡ଼ରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଝରଣା ପାଣି ଆସିବାରୁ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ବୁଡିଯାଇଛି । ଫଳରେ ୩ ଦିନ ପାଇଁ ଶୈବପୀଠ ବନ୍ଦ ହୋଇଛି । ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।