ତିରୁପତି ମନ୍ଦିର ଲଡୁରେ ଚର୍ବି ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାଗିଲା ରିପୋର୍ଟ

ତିରୁପତିର ଶ୍ରୀଭେଙ୍କଟେଶ୍ୱର ମନ୍ଦିରର ପ୍ରସାଦ ଭାବେ ଶ୍ରଦ୍ଧାଳୁମାନଙ୍କୁ ମିଳୁଥିବା ଲଡୁରେ ଗୋରୁ ଚର୍ବି, ମାଛ ତେଲ ରହିଥିବା ଏକ ଲାବରେଟୋରି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଏହାକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡା ଏହି ପ୍ରସଙ୍ଗରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏହି ରିପୋର୍ଟ ଆନ୍ଧ୍ର ପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଏହା ବ୍ୟତୀତ ତିରୁପତି ପ୍ରସାଦର ଶୁଦ୍ଧତା ସହ ସାଲିସ୍ କରି କିପରି କୋଟି କୋଟି ହିନ୍ଦୁଙ୍କ ସହ ଆସ୍ଥାକୁ ଆଘାତ ପହଞ୍ଚାଯାଇଛି ତାକୁ ନେଇ ଚର୍ଚ୍ଚା ଚାଲିଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡା ଏହି ପ୍ରସଙ୍ଗରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।

ତିରୁପତି ପ୍ରସାଦ ବିବାଦ ଉପରେ ସେ କହିଛନ୍ତି, ଆଜି ମୁଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହୋଇଛି। ମୁଁ ତାଙ୍କଠାରୁ ରିପୋର୍ଟ ମାଗିଛି। ଆମେ ସେଗୁଡିକର ଅନୁସନ୍ଧାନ କରିବୁ। FSSAI ଏହାର ଅନୁସନ୍ଧାନ କରିବ।  ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ କେବଳ ରିପୋର୍ଟ ମଗାଯାଇଛି, ତଦନ୍ତ ରିପୋର୍ଟ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ନଡ୍ଡା କହିଛନ୍ତି ଯେ ମିଳିଥିବା ସୂଚନା ଅନୁସାରେ ଲଡୁରେ ଘୁଷୁରି ଚର୍ବି, ମାଛ ତେଲ ଏବଂ ବିଫ୍ ଟେଲୋରେ ତିଆରି ଘିଅ ବ୍ୟବହାର କରାଯାଉଥିଲା ।ବିଶ୍ୱହିନ୍ଦୁ ପରିଷଦର ରାଷ୍ଟ୍ରୀୟ ମୁଖପାତ୍ର ବିନୋଦ ବଂଶଲ ଏଥିପାଇଁ ଜଗନମୋହନଙ୍କୁ ନିନ୍ଦା କରିଛନ୍ତି। ଆନ୍ଧ୍ରପ୍ରଦେଶର ପୂର୍ବତନ ସରକାର ହିନ୍ଦୁ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ସମସ୍ତେ ଜାଣନ୍ତି। ତେବେ ତାହା ଏତେ ତଳ ସ୍ତରକୁ ଖସିଯିବ ବୋଲି କେହି ଆଶା କରିପାରିବେ ନାହିଁ। ଲଡୁରେ ଗୋରୁ ଚର୍ବି ବ୍ୟବହାର କରୁଥିବା ଲୋକମାନଙ୍କୁ ଦଣ୍ଡିତ କରାଯାଉ ବୋଲି ବଂଶଲ ଦାବି କରିଛନ୍ତି। 

Leave A Reply

Your email address will not be published.

17 − 13 =