ପୁରୀରେ ପର୍ଯ୍ୟଟକଙ୍କ ପାଇଁ ଲାଗୁ କଟକଣା ପ୍ରତ୍ୟାହୃତ

ଭୁବନେଶ୍ୱର(ରାଜ୍ୟକାହାଣୀ) ମହାପ୍ରଭୁଙ୍କ କୃପାରୁ ବାତ୍ୟା ଦାନାର‌ ପ୍ରଭାବ ପୁରୀରେ ପଡ଼ିନାହିଁ । ଏଣୁ ପର୍ଯ୍ୟଟକମାନଙ୍କୁ ପୁରୀ ଆସିବା ପାଇଁ ଅନୁରୋଧ କରିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।ତେଣୁ ବର୍ତ୍ତମାନ ପର୍ଯ୍ୟଟକମାନଙ୍କ ପାଇଁ ଲାଗୁ ହୋଇଥିବା କଟକଣାକୁ ପ୍ରଶାସନ ପ୍ରତ୍ୟାହାର କରିନେଇଛି। କୋଣାର୍କ ସୂର୍ଯ୍ୟମନ୍ଦିରକୁ ମଧ୍ୟ ରହିଥିବା ଦର୍ଶନ କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ବର୍ତ୍ତମାନ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ପୂର୍ବ ଭଳି ମହାପ୍ରଭୁଙ୍କ ଦର୍ଶନ, ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିପାରିବେ ଓ ସମୁଦ୍ର କୂଳ ବୁଲି ପାରିବେ। ତେବେ ସମୁଦ୍ର ଏବେ ବି ଅଶାନ୍ତ ରହିଥିବାରୁ ପର୍ଯ୍ୟଟକମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି। ସେପଟେ ଆସନ୍ତା କାଲି ଠାରୁ ହବିଷ୍ୟାଳୀ ମା ମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ।

Leave A Reply

Your email address will not be published.

twenty − 7 =