ମେଜର ଓ ବାନ୍ଧବୀକୁ ଦୁର୍ବ୍ୟବହାର ଘଟଣା ; ଧରାପଡିଲେ ୭ ରୋଡ୍‌ ରୋମିଓ

ଭୁବନେଶ୍ୱର(ରାଜ୍ୟକାହାଣୀ) ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀକୁ ଦୁର୍ବ୍ୟବହାର ଘଟଣାରେ ଶୁକ୍ରବାର ୭ ଜଣ ରୋଡ୍‌ ରୋମିଓ କମିଶନରେଟ୍‌ ପୁଲିସ ହାତରେ ଧରାପଡିଛନ୍ତି। ଭୁବନେଶ୍ବରର ପଥରଗାଡ଼ିଆ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଅଶ୍ଳିଳ ଇଙ୍ଗିତ କରିଥିଲେ। ଏଥିସହ ମାରପିଟ୍ ମଧ୍ୟ କରିଥିଲେ। କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି ।ସୂଚନା ଯୋଗ୍ୟ, ୧୫ ତାରିଖରେ ପଥରଗାଡିଆ ନିକଟରେ ୧୦ରୁ ୧୨ଜଣ ଦୁର୍ବୃତ୍ତ ଆସି ମେଜର ଓ ତାଙ୍କ ବାନ୍ଧବୀକୁ ଦୁର୍ବ୍ୟବହାର କରିଥିଲେ। ଗାଡି ଅଟକାଇବା ସହ ହାତାହାତି ହେବା ସହ ଆକ୍ରମଣ କରିଥିଲେ ଏବଂ ଧମକ ଦେଇଥିଲେ। ଏହାପରେ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ ।ମେଜର ଏବଂ ତାଙ୍କ ବାନ୍ଧବୀ ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ତାଙ୍କୁ ଥାନା ଭିତରେ ଆଇଆଇସିଙ୍କ ସମେତ ଅନ୍ୟ ୪ ଜଣ ପୁଲିସ କର୍ମଚାରୀ ଅସଦାଚରଣ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ମହିଳା ପୁଲିସ କର୍ମଚାରୀ ବି ସାମିଲ ଥିଲେ। କିନ୍ତୁ ପରଦିନ ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଯୋଗ କରିବାକୁ ଆସିଥିବା ମହିଳା ପୁଲିସକୁ ଆକ୍ରମଣ କରିଥିବା ନେଇ କୁହାଯାଇଥିଲା।ସେପଟେ ତଦନ୍ତ ପାଇଁ ଭରତପୁର ଥାନାରେ ମହିଳା କମିଶନ। ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଓ ତାଙ୍କ ଟିମ୍ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛ । ମହିଳା କମିଶନ ଏନେଇ ନିଜ ଆଡୁ ଏକ ମାମଲା ରୁଜୁ କରିଛି । କିଭଳି, କେଉଁ ପରିସ୍ଥିତି ଏଭଳି ଘଟଣା ଘଟିଥିଲା ତାହା ଉପରେ ତଦନ୍ତ ଆରମ୍ଭ କରିଛି ମହିଳା କମିଶନ । 

Leave A Reply

Your email address will not be published.

two × 1 =