ଭୁବନେଶ୍ୱର(ରାଜ୍ୟକାହାଣୀ) ବାତ୍ୟା ପାଇଁ ଧାମରା ମୁହାଣରେ ଫସିଲା ପଞ୍ଚିମବଙ୍ଗର ଦୁଇଟି ବୋଟ । ବୋଟରେ ଫସିରହିଥିବା ମତ୍ସ୍ୟଜୀବୀଙ୍କ ସଂଖ୍ୟା ଜଣାପଡ଼ିନାହିଁ । ବାତ୍ୟା ଯୋଗୁ ମନ୍ତେଇ ନଦୀରେ ବୋଟକୁ ଲଙ୍ଗର ପକାଇ ରଖାଯାଇଥିଲା । ବାତ୍ୟାର ପ୍ରକୋପ କମିବା ପରେ ଗୋଟେ ବୋଟକୁ ଅନ୍ୟ ଏକ ବୋଟ ଟାଣି ଟାଣି ନେଉଥିବା ବେଳେ ସମୁଦ୍ରର ପ୍ରଖର ସ୍ରୋତରେ ଫସିଯାଇଛି ବୋଟ । ଟ୍ରଲର ଭିତରେ ଲୋକ ଅଛନ୍ତି କି ନାହିଁ କିମ୍ବା କେତେ ଲୋକ ଅଛନ୍ତି ତାହା ଜଣାପଡ଼ିନଥିବା କହିଛନ୍ତି ସହକାରୀ ମତ୍ସ୍ୟ ଅଧିକାରୀ ।ଉଭୟ ଟ୍ରଲର୍ ପଶ୍ଚିମବଙ୍ଗର ବୋଲି କୁହାଯାଉଛି। ତେବେ ବାତ୍ୟା ପରର ସ୍ଥିତିକୁ ନେଇ ସଜାଗ ରହିଛି ପ୍ରଶାସନ।