ରାଜସ୍ୱ ମନ୍ତ୍ରୀଙ୍କ ସୂଚନା । ପରିବର୍ତ୍ତନ ହେବ ରିଲିଫ କୋଡର ନାମ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ଲଘୁଚାପ ଜନିତ ବର୍ଷାରେ ବେଶୀ କ୍ଷତିଗ୍ରସ୍ତ ହୋଇଛି ମାଲକାନଗିରି, ମୟୁରଭଞ୍ଜ,ସୁନ୍ଦରଗଡ,ଭଦ୍ରକ ଓ ବାଲେଶ୍ବର । ଭାଙ୍ଗିଛି କେତେ ଘର ? ନଷ୍ଟ ହୋଇଛି କେତେ ଫସଲ ? ରିପୋର୍ଟ ପ୍ରସ୍ତୁତ ପାଇଁ ଅଣ୍ଟା ଭିଡିଛି ରାଜସ୍ବ ବିଭାଗ । ୭ଦିନ ମଧ୍ୟରେ ଆକଳନ କରି କ୍ଷୟକ୍ଷତିର ରିପୋର୍ଟ ଦେବାକୁ ପ୍ରଭାବିତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ  । ରିପୋର୍ଟ ଆସିବା ମାତ୍ରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବ । ତେବେ ରିଲିଫ୍ କୋଡର ନାମ ପରିବର୍ତ୍ତନ ହେବ । ଏନେଇ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି  । ସୁରେଶ ପୂଜାରୀଙ୍କ କହିବା ମୁତାବକ ଏହା ବ୍ରିଟିସ ଅମଳର ନାମ ହୋଇଥିବାରୁ ଏବେ ସରକାର ଏହାର ନାମ ବଦଳାଇ ବିପର୍ଯ୍ୟୟ ରାଶି ବୋଲି କୁହାଯିବ ।

Leave A Reply

Your email address will not be published.

6 − three =