ଭରତପୁର ଥାନା ମାମଲାରେ ନ୍ୟାୟିକ ତଦନ୍ତ ଦାବି କଲେ ନବୀନ

ଭୁବନେଶ୍ୱର(ରାଜ୍ୟକାହାଣୀ) ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏହାକୁ ନିନ୍ଦନୀୟ କହିବା ସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି।ଏହି ନାରକୀୟ ଘଟଣାର ବିଜୁ ଜନତା ଦଳ ଦୃଢ଼ ଭାବରେ ନିନ୍ଦା କରିବା ସହ ଘଟଣା ରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ବିଜେପି ସରକାର ଗ୍ରହଣ କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ତାଙ୍କ ସରକାର ସମୟ ରେ ମୋ ସରକାର ବ୍ୟବସ୍ଥା ଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କାରି ମନ୍ତୀ ଓ ବରିଷ୍ଠ ଅଧିକାରୀ ମାନେ ଥାନା ଓ ଡାକ୍ତରଖାନା ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କୁ ଯାଉଥିବା ନାଗରିକ ମାନଙ୍କ ଠାରୁ କର୍ମଚାରୀ ମାନଙ୍କ ବ୍ୟବହାର ଓ ବୃତ୍ତିଗତ ଦକ୍ଷତା ସଂମ୍ପର୍କ ରେ feedback ସଂଗ୍ରହ କରୁଥିଲେ। ବିଜେପି ସରକାର ଶାସନ କୁ ଆସିବା ପରେ ପରେ ତୁରନ୍ତ ମୋ ସରକାର ପରି ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ ବନ୍ଦ କରିଦେଲେ,ଯାହାର ପରିଣାମ ଏବେ ସର୍ବତ୍ର ଦୃଶ୍ୟମାନ। 

Leave A Reply

Your email address will not be published.

1 × four =