୨୦୨୪-୨୫ ପାଇଁ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି

ଭୁବନେଶ୍ୱର(ରାଜ୍ୟକାହାଣୀ) ଖରିଫ ବିପଣନ ବର୍ଷ (ଧାନ ସଂଗ୍ରହ ବର୍ଷ), ୨୦୨୪-୨୫ ଅକ୍ଟୋବର ୧, ୨୦୨୪ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦, ୨୦୨୫ ରେ ସମାପ୍ତ ହେବ। ଏହି ବର୍ଷ ବ୍ୟାପୀ ଅବଧି ମଧ୍ୟରେ ରାଜ୍ୟ ସରକାର ଖରିଫ ଓ ରବି ଋତୁ ପାଇଁ ପୃଥକ ଭାବରେ ଧାନ ସଂଗ୍ରହ କରିବେ ।ପଞ୍ଜିକୃତ କରିଥିବା ଚାଷୀଙ୍କଠାରୁ  ସର୍ବନିମ୍ନ ରାଶି ପ୍ରଦାନ କରି ଧାନ ସଂଗ୍ରହ କରାଯିବ । ଏବଂ ନିଯୁକ୍ତିପ୍ରାପ୍ତ କଷ୍ଟମ ମିଲରମାନଙ୍କ ଦ୍ୱାରା ଧାନକୁ ମିଲିଂ କରାଯାଇ  ସମାନ ପରିମାଣରେ ଚାଉଳ ସଂଗ୍ରହ କରାଯିବ । ସଂଗୃହୀତ ଚାଉଳକୁ ସାଧାରଣ ବଣ୍ଟନ  ବ୍ୟବସ୍ଥାରେ  ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ  ଯୋଜନାର ଆବଶ୍‌ୟକତା ପୂରଣ  ପାଇଁ ବ୍ୟବହାର କରାଯିବ । ବଳକା ଚାଉଳକୁ  ଭାରତୀୟ ଖାଦ୍ୟ ନିଗମଙ୍କୁ  ପ୍ରଦାନ କରାଯିବ । ଖରିଫ ବିପଣନ ବର୍ଷ ୨୦୨୪-୨୫ ପାଇଁ ଅନ୍ତତଃ ୫୪ ଲକ୍ଷ ମେଟ୍ରିକ ଟନର ଚାଉଳ ସଂଗ୍ରହ କରାଯିବ । ଧାନ ହିସାବରେ ଏହା ପ୍ରାୟ ୮୦ ଲକ୍ଷ ମେଟ୍ରିକ ଟନ ହେବ । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ନଭେମ୍ବର, ୨୦୨୪ ରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ। ରବି ଧାନ ମେ,୨୦୨୫ ରୁ ଜୁନ, ୨୦୨୫ ମଧ୍ୟରେ ସଂଗ୍ରହ କରାଯିବ। ଏହି ବିସ୍ତାରିତ ସମୟସୀମା ମଧ୍ୟରେ ଜିଲାମାନେ ସେମାନଙ୍କର ଧାନ ସଂଗ୍ରହର ଅବଧି ନିର୍ଭୟ କରିବେ ।

ତେବେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ କେବଳ ପଞ୍ଜିକୃତ ଚାଷୀମାନଙ୍କ ଠାରୁ ସେମାନଙ୍କର ବଳକା ଧାନ ସଂଗ୍ରହ କରାଯିବ । ସରକାରଙ୍କୁ ଧାନ ବିକ୍ରି ପାଇଁ ‘ଆଧାର’ ହେବ ଏକ ମାତ୍ର ପରିଚୟ ପତ୍ର । ଧାନ ବିକ୍ରୟ ସମୟରେ ‘ଆଧାର’ ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କ ବାୟୋମେଟ୍ରିକ୍ ଚିହ୍ନଟୀକରଣ ପ୍ରକ୍ରିୟା ଅବଲମ୍ୱନ କରାଯିବ ।

Leave A Reply

Your email address will not be published.

three × 1 =