ସମଲିଙ୍ଗୀ ସମ୍ପର୍କରେ ୨କଏଦୀ

ଭୁବନେଶ୍ୱର(ରାଜ୍ୟକାହାଣୀ)  କଳାହାଣ୍ଡି ମ.ରାମପୁର ଉପକାରାଗାରରୁ ପଦାକୁ ଆସିଛି ଏକ ଅସ୍ବାଭାବିକ ଓ ଅଭାବନୀୟ ଘଟଣା। ୨ ବିଚାରାଧୀନ ପୁରୁଷ କଏଦୀ ସମଲିଙ୍ଗୀ ସମ୍ପର୍କରେ ଥିବା ଜଣାପଡ଼ିବା ପରେ ତନାଘନା ଆରମ୍ଭ ହୋଇଛି। ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶକ୍ରମେ ୨କଏଦୀଙ୍କୁ ଅଲଗା ଅଲଗା ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ଜଣକୁ ମାଲକାନଗିରି ଓ ଅନ୍ୟ ଜଣକୁ ଭବାନୀପାଟଣା ଉପକାରାଗାରକୁ ପଠାଇଦିଆଯାଇଛି। ଏଥିସହିତ ଏହା ପଛର କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଯାଇଛି। ଦୁହିଁଙ୍କ ମଧ୍ୟରେ ଏଭଳି ସମ୍ପର୍କ ସ୍ବତଃ ଗଢ଼ିଉଠିଥିଲା କି ବାଧ୍ୟବାଧକତାରେ ଜୋର୍‌ ଜବରଦସ୍ତ କରାଯାଉଥିଲା, ସେନେଇ ତନାଘନା ଆରମ୍ଭ ହୋଇଛି। ତେଣୁ ୨ କଏଦୀଙ୍କୁ ମନସ୍ତତ୍ତ୍ବବିତ୍‌ଙ୍କ ଦ୍ବାରା କାଉନ୍‌ସେଲିଂ କରାଯିବାକୁ ଜେଲ୍‌ ବିଭାଗ ଯୋଜନା କରିଛି। ମାତ୍ର କୌଣସି ଜେଲ୍‌ରେ ମନସ୍ତତ୍ତ୍ବବିତ୍‌ ନଥିବାରୁ କ୍ଲିନିକାଲ୍‌ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। 

Leave A Reply

Your email address will not be published.

19 + 3 =