ନାତନ ମହାକୁଡ଼ଙ୍କ ବିରୋଧରେ ଚାଲିଥିବା ନିର୍ବାଚନୀ ମାମଲା ଖାରଜ

ଭୁବନେଶ୍ୱର(ରାଜ୍ୟକାହାଣୀ) ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି। ଚମ୍ପୁଆ ବିଧାନସଭା ନିର୍ବାଚନୀ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ। ଧାର୍ଯ୍ୟ ସମୟ ସୀମା ପରେ ମାମଲା ଦାଖଲ ହେବାରୁ ଖାରଜ ହୋଇଛି। ଚମ୍ପୁଆରୁ ପ୍ରାର୍ଥୀ ଥିବା ଗୁରୁବକ୍ସ ସିଂ ଆଲୁୱାଲିଆ ମାମଲା କରିଥିଲେ।ନିୟମ ଅନୁସାରେ ନିର୍ବାଚନ ଫଳାଫଳ ଘୋଷଣା ହେବାର ୪୫ ଦିନ ଭିତରେ ନିର୍ବାଚନୀ ଅନିୟମିତତା ମାମଲା ଦାୟର ହୋଇପାରିବ। ହେଲେ ଚମ୍ପୁଆର ସ୍ୱାଧୀନ ପ୍ରାର୍ଥୀ ଗୁରୁବକ୍ସ ସିଂ ଆଲୁୱାଲିଆ ଧାର୍ଯ୍ୟ ସମୟଠାରୁ ୧୧ ଦିନ ପରେ ମାମଲା ଦାୟର କରିଥିଲେ। ତେଣୁ ଓଡିଶା ହାଇକୋର୍ଟ ତାଙ୍କ ମାମଲାକୁ ଖାରଜ କରିଦେଇଛନ୍ତି।ମାମଲା ଖାରଜ ହେବା ପରେ ସନାତନ ମହାକୁଡଙ୍କୁ ଆଶ୍ୱସ୍ତି ମିଳିଛି।

Leave A Reply

Your email address will not be published.

eleven − 6 =