ଛାତ୍ରୀଙ୍କୁ ଯୌନ ନିର୍ଯାତନା; ଆସୋସିଏଟ ପ୍ରଫେସର ନିଲମ୍ବିତ ହୋଇଛନ୍ତି 

ଭୁବନେଶ୍ୱର(ରାଜ୍ୟକାହାଣୀ) ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ଆସୋସିଏଟ୍‌ ପ୍ରଫେସର ନିଲମ୍ବିତ ହୋଇଛନ୍ତି। ଆଇସିସିର ରିପୋର୍ଟ ଆଧାରରେ ନିଲମ୍ବନ କରିଛନ୍ତି କୁଳପତି।ହେଡକ୍ୱାର୍ଟର ନ ଛାଡିବାକୁ ଆସୋସିଏଟ୍ ପ୍ରଫେସରଙ୍କୁ ନିର୍ଦ୍ଦେଶ । ଅଭିଯୋଗ ଅନୁସାରେ ଅଗଷ୍ଟ ୧୬ ତାରିଖରେ ଅପରାହ୍ନ ୨ଟା ବେଳେ ଅର୍ଥନୀତି ବିଭାଗର ପ୍ରଫେସର ନିଜ ଚ୍ୟାମ୍ୱରରେ ଥିଲେ। ଠିକ୍‌ସେହି ସମୟରେ ନିଜ ବିଭାଗର ଜଣେ ଛାତ୍ରୀ ବହି ଆଣିବାକୁ ପ୍ରଫେସରଙ୍କ ଚ୍ୟାମ୍ୱରକୁ ଯାଇଥିଲେ। ସେତେବେଳେ ପ୍ରଫେସର ତାଙ୍କୁ ବସିବା ପାଇଁ କହିଥିଲେ। ଛାତ୍ରୀ ଜଣକ ବସିବା ପରେ ପ୍ରଫେସର ତାଙ୍କ ପାଖରେ ଆସି ବସିଥିଲେ। ଆଉ ତା’ପରେ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅର୍ଥନୀତି ବିଭାଗର ଜଣେ ଛାତ୍ରୀ ଏନେଇ ବିଶ୍ୱବିଦ୍ୟାଳୟର ଯୌନ ନିର୍ଯାତନା ସେଲ୍‌ରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ସେଲ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଅଗଷ୍ଟ ୧୬ରେ ଏହି ଘଟଣା ଘଟିଥିବା ବେଳେ ଏହାର ମାସେ ପରେ ଅଭିଯୋଗ ହୋଇଥିଲା ପରେ ଘଟଣା ପଦାକୁ ଆସିଥିଲା ।

Leave A Reply

Your email address will not be published.

eighteen − 3 =