ଓ୍ବାନ ନେଶନ ଓ୍ବାନ ଇଲେକଶନକୁ ମୋଦି କ୍ୟାବିନେଟରେ ମିଳିଲା ମଞ୍ଜୁରୀ

 ‘ଗୋଟିଏ ରାଷ୍ଟ୍ର-ଏକକ ନିର୍ବାଚନ’ର ପ୍ରସ୍ତାବକୁ ମୋଦୀ କ୍ୟାବିନେଟର ମଞ୍ଜୁରୀ । ସୂଚନାନୁସାରେ, ସଂସଦର ଆଗାମୀ ଶୀତ ଅଧିବେଶନରେ ୱାନ ନେସନ-ୱାନ ଇଲେକଶନ ବିଲ ଉପସ୍ଥାପିତ ହେବ।

ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ମାର୍ଚ୍ଚରେ ଲୋକ ସଭା ନିର୍ବାଚନ ପୂର୍ବରୁ କ୍ୟାବିନେଟ ସମ୍ମୁଖରେ ଏହାର ରିପୋର୍ଟ ଉପସ୍ଥାପନ କରିଥିଲା। ମୋଦି ୩.୦ ର ୧୦୦ଦିନିଆ କାର୍ଯ୍ୟସୂଚୀରେ ୱାନ ନେସନ-ୱାନ ଇଲେକଶନର ରିପୋର୍ଟକୁ କ୍ୟାବିନେଟ ଆଗରେ ସ୍ଥାନିତ କରାଯାଇଛି। ସଂସଦର ଶୀତ ଅଧିବେଶନରେ ବିଲ ଆଣିବେ ସରକାର । ବିଲ ଆସିଲେ ଦେଶରେ ହେବ ଏକକ ନିର୍ବାଚନ । ଏହି ରିପୋର୍ଟରେ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହା ମୁତାବକ ପ୍ରଥମେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରାଯିବ । 

Leave A Reply

Your email address will not be published.

2 × four =