ସତ ହେଲା ପଞ୍ଜିକା ଗଣନା

ଭୁବନେଶ୍ୱର(ରାଜ୍ୟକାହାଣୀ)ପଞ୍ଜିକା କରିଛି ପାଣିପାଗର ଗଣନା। ସତ ହେଉଛି ଭବିଷ୍ୟବାଣୀ। ଚଳିତବର୍ଷ ଅକ୍ଟୋବରରେ ବାତ୍ୟା ନେଇ ପୂର୍ବରୁ ଅସଲି ଖଡ଼ୀରତ୍ନ ପଞ୍ଜିକାରେ ଗଣନା କରାଯାଇଛି। ଏପରିକି କେଉଁ ତାରିଖରେ ବାତ୍ୟା ହେବ ଏବଂ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ ତାହା ମଧ୍ୟ ପଞ୍ଜିକାରେ ଗଣନା ହୋଇଛି। ଯାହା ଏବେ ସତ ହେବାକୁ ଯାଉଛି। ପଞ୍ଜିକାର ଗଣନା ଅନୁଯାୟୀ ରାଜ୍ୟର ଉପକୂଳ ଅଞ୍ଚଳ ତଥା ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ୱର, ନୟାଗଡ଼, କାକଟପୁର, ନିଆଳି ପ୍ରମୁଖ ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ପ୍ରଚଣ୍ଡ ବାୟୁପ୍ରବାହ ସହ ସାମୁଦ୍ରିକ ଝଡ଼, ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ଅକ୍ଟୋବର ୧୭ରୁ ୨୩ ଏବଂ ଅକ୍ଟୋବର ୨୬ରୁ ୩୦ ତାରିଖ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ଼, ଲଘୁଚାପ, ଜୁଆର ତଥା ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନଜୀବନ ପ୍ରଭାବିତ ହେବା ନେଇ ପଞ୍ଜିକାରେ ପୂର୍ବରୁ ଗଣନା କରାଯାଇଥିଲା। ଯାହାକି ବର୍ତ୍ତମାନର ପାଣିପାଗ କେନ୍ଦ୍ରର ବାତ୍ୟା ଆକଳନ ସହ ମେଳ ଖାଉଛି।

Leave A Reply

Your email address will not be published.

14 + nineteen =