ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ଆକ୍ରମଣ : ବଦଳିଲେ ଭରତପୁର IIC ଓ ଆସି

ଭୁବନେଶ୍ୱର(ରାଜ୍ୟକାହାଣୀ)ଭୁବନେଶ୍ୱର ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଜଣେ ଆର୍ମି ଅଫିସର ଏବଂ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।  ତେବେ  ଘଟଣାରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ଡିସିପି ମୁଖ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ କମିଶନରେଟ୍ ମୁଖ୍ୟାଳୟରେ ଥିବା ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଭରତପୁର ଥାନାର ଆସିଷ୍ଟାଣ୍ଡ ସବ୍ ଇନ୍ସପେକ୍ଟର ସଲିଳମୟୀ ସାହୁଙ୍କୁ ଡିସିପି କାର୍ଯ୍ୟାଳୟକୁ ବଦଳି କରାଯାଇଛି । ଅନୁରୂପ ଭାବେ କନେଷ୍ଟବଳ ବଳରାମ ହାସଦାଙ୍କୁ ଭୁବନେଶ୍ୱର ଆରଓକୁ ବଦଳି କରାଯାଇଛି । ପ୍ରଶାସନିକ ଆବଶ୍ୟକତା ଓ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଦୁଇ ଜଣକୁ ବଦଳି କରାଯାଇଛି । ପ୍ରକାଶଥାଉକି ଶନିବାର ରାତିରେ ଭରତପୁର ଥାନାରେ ଘଟିଥିଲା ଏହି ଘଟଣା। ରାତି ପ୍ରାୟ ୨:୩୦ ମିନିଟରେ ଥାନାକୁ ଅଭିଯୋଗ ପାଇଁ ଆସିଥିଲେ ମେଜର ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ। ଥାନାକୁ ଆସିବା ପରେ ପୋଲିସ ସହ ବଚସା ହୋଇଥିଲା। 

ମେଜର ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ ପୋଲିସକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଗୁରୁବନ୍ତଙ୍କୁ ନୋଟିସ ଦେଇ ଛାଡି ଦେଇଥିବା ବେଳେ ତାଙ୍କ ବାନ୍ଧବୀଙ୍କୁ ଗିରଫ କରିଥିଲା ଭରତପୁର ଥାନା ପୋଲିସ।

ପରେ ମେଜରଙ୍କ ପକ୍ଷରୁ ପାଲଟା ଅଭିଯୋଗ ହୋଇଥିଲା। ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରିବା ଅଭିଯୋଗ ହୋଇଥିଲା। ପରେ ଏହି ଘଟଣା ତଦନ୍ତ କ୍ରାଇମବ୍ରାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପୋଲିସ ଡିଜି।

Leave A Reply

Your email address will not be published.

3 × two =