ସନ୍ତାନ ଜନ୍ମ କଲେ ୯ ଲକ୍ଷ ପୁରସ୍କାର

ମଧ୍ୟାହ୍ନ ଭୋଜନ ଛୁଟି ସମୟରେ କିମ୍ବା ଅନ୍ୟ ବିରତି ସମୟରେ ଯୁବବର୍ଗମାନେ ନିଜ ସାଥୀ ମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଉଚିତ ଏବଂ  ଶୀଘ୍ର ସନ୍ତାନ ଜନ୍ମ କରିବା ଜରୁରୀ।  ୨୪ ବର୍ଷରୁ କମ୍ ମହିଳାମାନଙ୍କୁ ସେମାନଙ୍କର ପ୍ରଥମ ସନ୍ତାନର ଜନ୍ମ ସମୟରେ ୧.୦୨  ଲକ୍ଷ ରୁବଲ୍ (୯,୪୦ ଲକ୍ଷ ଟଙ୍କା) ଦିଆଯିବ । ରୁଷୀୟ ଖବରକାଗଜ ‘ମେଟ୍ରୋ’ର ଏକ ରିପୋର୍ଟ ମୁତାବକ, ରୁଷ୍‌ର ପ୍ରଜନନ ହାର ପୂର୍ବହାର ୨.୧ରୁ ଖସି ପ୍ରତି ମହିଳା ହାରାହାରି ୧.୫ ପିଲା ହୋଇଯାଇଛି , ଯାହାପରେ ପୁଟିନ ଦେଶବାସୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ରୁଷ୍‌ରେ ପ୍ରତି ମହିଳା ହାରାହାରି ୧.୫ ପିଲା ଅଛନ୍ତି, ଯାହାକି ଜନସଂଖ୍ୟା ସ୍ଥିରତା ପାଇଁ ଆବଶ୍ୟକ ୨.୧ ହାରରୁ ଯଥେଷ୍ଟ କମ୍‌ । ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ଯୋଗୁ ଦେଶର ଜନସଂଖ୍ୟା ହ୍ରାସ ପାଇଛି । ୧୦ ଲକ୍ଷରୁ ଅଧିକ ଲୋକ ପଳାୟନ କରିଥିବା ବେଳେ ଏଥିରେ ଅଧିକାଂଶ ଯୁବଗୋଷ୍ଠୀ ରହିଛନ୍ତି ।ରୁଷିଆର ପୁଟିନ ସରକାର ଜନ୍ମ ହାର ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେଇସାରିଛନ୍ତି। ଉଦାହରଣ ସ୍ୱରୂପ, ମସ୍କୋରେ ୧୮ରୁ ୪୦ ବର୍ଷ ବୟସର ମହିଳାମାନଙ୍କୁ ମାଗଣା ଗର୍ଭଧାରଣ ପରୀକ୍ଷା କରିବାକୁ  ସୁଯୋଗ ପ୍ରଦାନ କରାଯାଇଛି। ସାଂସଦ ତାତିଆନା ବଟସ୍କାୟା ଏକ ଯୋଜନାରେ ପ୍ରସ୍ତାବ ଦେଇଛନ୍ତି ଯେ, କମ୍ପାନୀମାନେ ସେମାନଙ୍କର ମହିଳା କର୍ମଚାରୀମାନଙ୍କୁ ସନ୍ତାନ ପ୍ରସବ କରିବାକୁ ଉତ୍ସାହିତ କରିବାକୁ ନିର୍ଦ୍ଦେଶ ଦିଆଯିବା ଆବଶ୍ୟକ।ଜୁନ୍ ମାସରେ ଜନ୍ମ ହାର ପ୍ରଥମ ଥର ପାଇଁ ଏକ ଲକ୍ଷରୁ କମ୍ ହୋଇଯାଇଥିଲା।  ଜାନୁଆରୀ ୨୦୨୪ରୁ ଜୁନ୍ ୨୦୨୪ ମଧ୍ୟରେ  ୬ ମାସରେ  ରୁଷିଆରେ ୫୯୯୯୬୦୦ଶିଶୁ ଜନ୍ମ ହୋଇଥିଲେ । ଏହି ସଂଖ୍ୟା ୨୦୨୩ ଠାରୁ ୧୬୦୦୦କମ୍ ଥିଲା। ୨୦୨୪ ବର୍ଷରେ ଏପର୍ଯ୍ୟନ୍ତ ୪୯,୦୦୦ ଅଧିକ ଲୋକ ଗତ ବର୍ଷ ତୁଳନାରେ ପ୍ରାଣ ହରାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

Leave A Reply

Your email address will not be published.

eight + sixteen =